ମଣିପୁର ରାଜ୍ୟପାଳଙ୍କ ପରଲୋକ

ମୁମ୍ବାଇ: ମଣିପୁର ରାଜ୍ୟପାଳ ସୟଦ ଅହମଦଙ୍କର ଆଜି ସକାଳେ ମୁମ୍ବାଇର ଲୀଲାବତି ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କୁ ଗତ ସପ୍ତାହରେ ଲୀଲାବତି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପତ୍ନୀ, ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି। ୨୦୧୫ ମେ’ ୧୬ ତାରିଖରେ ସେ ମଣିପୁରର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ତାଙ୍କୁ ଝାଡ଼ଖଣ୍ଡରୁ ମଣିପୁରକୁ ବଦଳି କରାଯାଇଥିଲା। ୨୦୧୧ର ଅଗଷ୍ଟ ୨୬ରୁ […]

syed

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 01:37 PM IST

ମୁମ୍ବାଇ: ମଣିପୁର ରାଜ୍ୟପାଳ ସୟଦ ଅହମଦଙ୍କର ଆଜି ସକାଳେ ମୁମ୍ବାଇର ଲୀଲାବତି ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କୁ ଗତ ସପ୍ତାହରେ ଲୀଲାବତି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ପତ୍ନୀ, ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି।

୨୦୧୫ ମେ’ ୧୬ ତାରିଖରେ ସେ ମଣିପୁରର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ତାଙ୍କୁ ଝାଡ଼ଖଣ୍ଡରୁ ମଣିପୁରକୁ ବଦଳି କରାଯାଇଥିଲା। ୨୦୧୧ର ଅଗଷ୍ଟ ୨୬ରୁ ୨୦୧୫ ମେ’ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ପୂର୍ବର ଉପା ସରକାର ବେଳେ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା।

ସୟଦ ଅହମଦ ଜଣେ ପୂର୍ବତନ କଂଗ୍ରେସ ନେତା ଥିଲେ। ସେ ମହାରାଷ୍ଟ୍ରର ବାସିନ୍ଦା ଥିଲେ। ୧୯୭୭ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ମହାରାଷ୍ଟ୍ର ବିଧାନସଭାକୁ ୫ ଥର ନିର୍ବାଚିତ ହୋଇଥିଲେ। ସେ ମହାରାଷ୍ଟ୍ରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ରାଜନୀତି ବ୍ୟତୀତ ସେ ଲେଖାଲେଖିରେ ମଧ୍ୟ ରୁଚି ରଖୁଥିଲେ।

Related story