ମୋଦିଙ୍କୁ ମନିସ୍‌ କହିଲେ “ଦୁଷ୍ଟ ସାଣ୍ଟା”

ନୂଆଦିଲ୍ଲୀ: ବଡଦିନର ଦିନକ ପରେ କଂଗ୍ରେସ ପକ୍ଷରୁ ପୁଣି ବାକ୍ୟବାଣର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ବରିଷ୍ଟ କଂଗ୍ରେସ ନେତା ମନିଷ ତିୱାରୀ “ଦୁଷ୍ଟ ସାଣ୍ଟା” ବୋଲି କହି ସମ୍ୱୋଧିତ କରିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, “ବିଶ୍ୱ ବ୍ୟାପି ଜଣେ ଲମ୍ବା ଧଳା ଦାଢି ରଖିଥିବା ବ୍ୟକ୍ତି ନିଜ ମୁଣିରେ ବିପୁଳ ଅର୍ଥ, ସମ୍ପଦ ଓ ଉପହାର ନେଇ ବୁଲୁଥିବା(ସାଣ୍ଟାକ୍ଲଜ୍‌) ବେଳେ ଭାରତର ଏହି ସ୍ଥିତି ଅଲଗା। ଏଠାରେ ଠିକ୍‌ […]

vt

Rakesh Mallick
  • Published: Tuesday, 26 December 2017
  • , Updated: 26 December 2017, 06:51 PM IST

ନୂଆଦିଲ୍ଲୀ: ବଡଦିନର ଦିନକ ପରେ କଂଗ୍ରେସ ପକ୍ଷରୁ ପୁଣି ବାକ୍ୟବାଣର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ବରିଷ୍ଟ କଂଗ୍ରେସ ନେତା ମନିଷ ତିୱାରୀ “ଦୁଷ୍ଟ ସାଣ୍ଟା” ବୋଲି କହି ସମ୍ୱୋଧିତ କରିଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, “ବିଶ୍ୱ ବ୍ୟାପି ଜଣେ ଲମ୍ବା ଧଳା ଦାଢି ରଖିଥିବା ବ୍ୟକ୍ତି ନିଜ ମୁଣିରେ ବିପୁଳ ଅର୍ଥ, ସମ୍ପଦ ଓ ଉପହାର ନେଇ ବୁଲୁଥିବା(ସାଣ୍ଟାକ୍ଲଜ୍‌) ବେଳେ ଭାରତର ଏହି ସ୍ଥିତି ଅଲଗା। ଏଠାରେ ଠିକ୍‌ ସେମିତି ଦିଶୁଥିବା ଧଳାଦାଢି ରଖିଥିବା ଜଣେ ବ୍ୟକ୍ତି କିନ୍ତୁ ଓଲଟା ଆଚରଣ କରିବାରେ ଲାଗିଛନ୍ତି। ସେ ଟିଭି ପରଦାରୁ ବାହାରି ଆପଣଙ୍କ ଘରେ ଥିବା ଅର୍ଥ ସମ୍ପଦ ନେଇ ନିଜ ମୁଣିରେ ଭର୍ତ୍ତି କରୁଛନ୍ତି। ଜିଏସ୍‌ଟି ଓ ନୋଟବନ୍ଦୀକୁ ଉପଲକ୍ଷ କରି ମନିଷ, ମୋଦିଙ୍କ ଉପରେ ଏଭଳି ଟିପ୍ପଣୀ ଦେଇଛନ୍ତି।

ସୂଚନାଯାଗ୍ୟ, ମୋଦି ସରକାରୀ ଏହାକୁ ଲୋକାଭିମୁଖୀ ପଦକ୍ଷେପ ବୋଲି କହୁଥିବା ବେଳେ କଂଗ୍ରେସ ସହ କେତେକ ଅନ୍ୟ ଦଳ ଏହା ଦେଶ ଅର୍ଥନୀତିର ବିକାଶ କ୍ଷେତ୍ରରେ ବାଧକ ବୋଲି କହୁଛନ୍ତି। ଏଣୁ ଆରମ୍ଭର ହିଁ ଏହି ବ୍ୟବସ୍ଥା ସେମାନଙ୍କ ଚକ୍ଷୁଶୂଳ ହେବାରେ ଲାଗିଛି।

Related story