ନୂଆଦିଲ୍ଲୀ: ଜାନୁୟାରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସ୍କୁଲ୍ ବନ୍ଦ ରଖିବାକୁ ବିଚାର କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୁକ୍ରବାର କହିଛନ୍ତି। ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରିତ କରିବା ପାଇଁ ଅଡ-ଇଭିନ ଫର୍ମୁଲା ପ୍ରଣୟନ କରାଯାଉଛି। ଏଥିପାଇଁ ସ୍କୁଲରୁ ୨ହଜାର ଗାଡି ନିଆଯିବ। ଏଥିପାଇଁ ଏହି ସମୟ ମଧ୍ୟରେ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ବିଚରା କରାଯାଉଛି। ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ସୁବିଧା ପାଇଁ ଏପରି ନିର୍ଣ୍ଣୟ ନିଆଯାଇଥିବା ସେ କହିଛନ୍ତି।
ଗତକାଲି ଦିଲ୍ଲୀ ସରକାର ଅଡ-ଇଭିନ ଫର୍ମୁଲାର ପ୍ରଥମ ପର୍ଯ୍ୟାୟରେ ୧ରୁ ୧୫ ଜାନୟାରୀ ମଧ୍ୟରେ ରାଜଧାନୀ ରାସ୍ତାରେ ୬ ହଜାର ଅତିରିକ୍ତ ବସ୍ ଓହ୍ଲାଇବାକୁ କହିଥିଲେ। ସେଥିରେ ୨ ହଜାର ସ୍କୁଲ୍ ବସ୍ ରହିଛି। ବସଗୁଡିକରେ ୫୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହାସହିତ ଅଟୋ ସଂଖ୍ୟା ମଧ୍ୟ ଦ୍ୱିଗୁଣ କରିବାକୁ କୁହାଯାଇଛି। ଏହି ସମୟ ମଧ୍ୟରେ ଗାଡିଗୁଡିକର ପ୍ରଦୂଷଣ ସାର୍ଟିଫିକେଟର ଯାଞ୍ଚ କଡ଼ାକଡ଼ି ଭାବେ କରାଯିବ।