ପଣାଜି: ରାଜନୀତିରେ ବିଜେପିର ବରିଷ୍ଠ ନେତା ତଥା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ନିଜର ନିର୍ମଳ ଭାବମୂର୍ତ୍ତି ପାଇଁ ଖୁବ୍ ପରିଚିତ। କିନ୍ତୁ ନିକଟରେ ସେ ନିଜ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। କହିଛନ୍ତି ଯୁବାବସ୍ତାରେ ସେ X-ମାନ୍ୟତା ଫିଲ୍ପ ଦେଖିବାକୁ ଖୁବ୍ ଭଲ ପାଉଥିଲେ। ପଣାଜିରେ ଶିଶୁ ଦିବସ ଅବସରରେ ଶିଶୁମାନଙ୍କ ସହ ଭାବବିନିମୟ ବେଳେ ଏକଥାକୁ ସ୍ୱୀକାର କରିଛନ୍ତି ମନୋହର ପାରିକର। ଅବଶ୍ୟ ତାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ ଏହାର ଉତ୍ତର ଦେଇଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରହିଥିବା ପାରିକରଙ୍କୁ ଛାତ୍ର ଜୀବନରେ କେବେ ଆଡଲ୍ଟ ମୁଭି ସେ ଦେଖିଛନ୍ତି ନାହିଁ ପ୍ରଶ୍ନ କରାଯାଇଥିଲା।
ଉତ୍ତରରେ ସେ କହିଥିଲେ ଯେ, ଯୁବାବସ୍ଥାରେ ସେ କେବଳ ସାଧାରଣ ସିନେମା ନୁହଁ ଆଡଲ୍ଟ ମୁଭି ବି ଦେଖୁଥିଲେ ବୋଲି କହିଛନ୍ତି। କେବଳ ସେତିକି ନୁହଁ ଥରେ ସେ ନିଜ ଭାଇ ସହିତ ମଧ୍ୟ ଏହି ‘ଏ’ ମାନ୍ୟତା ଫିଲ୍ମ ଦେଖିବାକୁ ଯାଇଥିଲେ ବୋଲି ମାନିଛନ୍ତି। ସବୁଠୁ କୌତୁହଳ ଘଟଣା ହେଉଛି ସେ ନିଜ ଭାଇ ସହ ଏହି ଆଡଲ୍ଟ ମୁଭିର ମଜା ନେଉଥିବା ବେଳେ ଜଣେ ପଡ଼ୋଶୀଙ୍କ ନଜରରେ ଧରାପଡ଼ି ଯାଇଥିଲେ ବୋଲି ଗୁଆ ମୁଖ୍ୟମନ୍ତ୍ରୀ କହିଛନ୍ତି। ସିନେମାର ମଧ୍ୟାନ୍ତର ବେଳେ ଲାଇଟ୍ ଅନ ହୋଇଥିଲା।
ଏନେଇ ପାରିକର ନିଜ ମା’କୁ ମିଛ କହିଥିଲେ। ଆଉ ମା’କୁ କହିଥିଲେ ଆମେ ଦୁଇ ଭାଇ ସିନେମା ଦେଖିବାକୁ ଯାଇଥିଲୁ। ହେଲେ ସେହି ସିନେମାଟି ଆଡଲଟ୍ ଥିଲା ବୋଲି ସେ ଜାଣି ନ ଥିଲେ। ତେଣୁ ସେମାନେ ମୁଭି ଅଧାରୁ ଘରକୁ ପଳାଇ ଆସିଥିଲେ। ପରଦିନ ସମ୍ପୃକ୍ତ ପଡ଼ୋଶୀ ଜଣକ ଆସି ପାରିକରଙ୍କ ମା’ଙ୍କ ନିକଟରେ ଘଟଣା ସମ୍ପର୍କରେ କହିଥିଲେ। ଉଭୟ ପାରିକର ଏବଂ ତାଙ୍କ ଭାଇ ଅବଧୋତ ଅଶ୍ଲୀଳ ଫିଲ୍ମ ଦେଖିବାକୁ ଯାଇଥିଲେ ବୋଲି ପଡ଼ୋଶୀ ଜଣକ କହିଥିଲେ। ହେଲେ ପଡ଼ୋଶୀଙ୍କ କଥାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରି ନଥିଲେ ପାରିକରଙ୍କ ମା’। କହିଥିଲେ ସେ ଦୁଇ ଭାଇ ଯେଉଁ ଫିଲ୍ମ ଦେଖିବାକୁ ଯାଇଥିଲେ ସେ ସର୍ମ୍ପକରେ ମୁଁ ଜାଣିଛି। ଓଲଟି ସମ୍ପୃକ୍ତ ପଡ଼ୋଶୀଙ୍କୁ ତାଙ୍କ ମା’ ପ୍ରଶ୍ନ କରି ତୁମେ କାହିଁକି ସେଭଳି ଫିଲ୍ମ ଦେଖିବାକୁ ଯାଇଥିଲ ବୋଲି ପ୍ରଶ୍ନ ପଚାରିବାରୁ ପଡ଼ୋଶୀ ଜଣକ ଅଡ଼ୁଆରେ ପଡ଼ିଯାଇଥିଲେ ବୋଲି ପାରିକର କହିବା ସହ ତାଙ୍କ ପିଲାଦିନର ଅଭିଜ୍ଞତା ବଖାଣିଛନ୍ତି।
ସୌଜନ୍ୟ: ଜୀ ନ୍ୟୁଜ୍
ସୂଚନା: ଉପରେ ପ୍ରକାଶ ପାଇଥିବା ଯୁବତୀଙ୍କ ଫଟୋଟି ସାଙ୍କେତିକ
http://zeenews.india.com/goa/when-manohar-parrikar-was-caught-watching-adult-movie-in-a-theatre-2057040.html?src=fb