ମରୁଡ଼ି ପ୍ରଭାବିତ ଅଞ୍ଚଳରେ ମନରେଗା ଯୋଜନାରେ କାର୍ଯ୍ୟ ଦିବସ ୧୫୦କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି। ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।  ଏଥିଲାଗି ମରୁଡି ପ୍ରଭାବିତ ଅଞ୍ଚଳରେ  ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ବା ମନରେଗାରେ ଥିବା  କାର୍ଯ୍ୟଦିବସକୁ ୧୦୦ରୁ ୧୫୦କୁ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଦେଶର ପ୍ରାୟ ୧୫% ଅଞ୍ଚଳରେ ଖରିଫ ଫସଲ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣାଟକରେ ୩୦ଟି ଜିଲ୍ଲାର […]

manarega

Rakesh Mallick
  • Published: Wednesday, 16 September 2015
  • , Updated: 16 September 2015, 11:08 AM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଇଛି। ଏହାର ମୁକାବିଲା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।  ଏଥିଲାଗି ମରୁଡି ପ୍ରଭାବିତ ଅଞ୍ଚଳରେ  ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ବା ମନରେଗାରେ ଥିବା  କାର୍ଯ୍ୟଦିବସକୁ ୧୦୦ରୁ ୧୫୦କୁ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଦେଶର ପ୍ରାୟ ୧୫% ଅଞ୍ଚଳରେ ଖରିଫ ଫସଲ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣାଟକରେ ୩୦ଟି ଜିଲ୍ଲାର ୨୭ଟିକୁ ମରୁଡ଼ି ଘୋଷଣା କରାଯାଇଛି। ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାର ସେମାନଙ୍କ ରାଜ୍ୟର ଅନେକ ଅଞ୍ଚଳକୁ ଖୁବଶୀଘ୍ର ମରୁଡ଼ି ଘୋଷଣା କରିପାରନ୍ତି।

Related story