୧୭ ଜଣଙ୍କ ଜୀବନ ନେଲେ ଥାଇ ସୈନ୍ୟ, ଗଣହତ୍ୟାର କଲେ ଲାଇଭ୍‌ ଷ୍ଟ୍ରିମିଂ

ବ୍ୟାଙ୍ଗକକ୍‌: ଶନିବାର ଥାଇଲ୍ୟାଣ୍ଡର ଜଣେ ସୈନ୍ୟ ଗୁଳିମାଡ଼ କରି ଏକା ସାଥିରେ ୧୭ ଜଣଙ୍କ ହତ୍ୟା କରିଛନ୍ତି। କୋରାଟ୍‌ ନାମକ ଏକ ସହରର ବିଭିନ୍ନ ସ୍ଥାନରେ ସେ ଏଭଳି ଘଟଣା ଘଟାଇଛନ୍ତି। ସେ ଏହାର ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ କରିଥିଲେ ବୋଲି ଥାଇ ପୁଲିସ୍‌ କହିଛି। ପୁଲିସ୍‌ ସୂଚନା ଅନୁଯାୟୀ, “ସେ ଏକ ମେସିନ୍‌ ଗନ୍‌ ବ୍ୟବହାର କରିଥିଲେ। ଏହି ଗୁଳିମାଡ଼ରେ ଅନେକ ଆହତ ହୋଇଥିଲେ ଏବଂ ପ୍ରାଣ ହରାଇଥିଲେ।” ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିବା […]

Thai

Subrat Kumar Nayak
  • Published: Saturday, 08 February 2020
  • , Updated: 08 February 2020, 08:54 PM IST

ବ୍ୟାଙ୍ଗକକ୍‌: ଶନିବାର ଥାଇଲ୍ୟାଣ୍ଡର ଜଣେ ସୈନ୍ୟ ଗୁଳିମାଡ଼ କରି ଏକା ସାଥିରେ ୧୭ ଜଣଙ୍କ ହତ୍ୟା କରିଛନ୍ତି। କୋରାଟ୍‌ ନାମକ ଏକ ସହରର ବିଭିନ୍ନ ସ୍ଥାନରେ ସେ ଏଭଳି ଘଟଣା ଘଟାଇଛନ୍ତି। ସେ ଏହାର ଲାଇଭ୍‌ ଷ୍ଟ୍ରିମିଂ ମଧ୍ୟ କରିଥିଲେ ବୋଲି ଥାଇ ପୁଲିସ୍‌ କହିଛି।

ପୁଲିସ୍‌ ସୂଚନା ଅନୁଯାୟୀ, “ସେ ଏକ ମେସିନ୍‌ ଗନ୍‌ ବ୍ୟବହାର କରିଥିଲେ। ଏହି ଗୁଳିମାଡ଼ରେ ଅନେକ ଆହତ ହୋଇଥିଲେ ଏବଂ ପ୍ରାଣ ହରାଇଥିଲେ।”

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିବା ଅନୁଯାୟୀ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍‌ କହିଛି ,ଭଳି ଘଟଣା ଘଟାଇଥିବା ଯବାନଙ୍କ ନାମ ସର୍ଜେଣ୍ଟ ମେଜର ଜାକାପନ୍ଥ ଥୋମ୍ମା। ସେ ସେନାର ଏକ ଗାଡ଼ି ଚୋରାଇ ନେଇ ପଳାଇଥିଲେ। ବନ୍ଧୁକ ସହ ଲାଇଭ୍‌ରେ ହିଁ ଏଭଳି କାଣ୍ଡ ଘଟାଇଥିଲେ।

ପୁଲିସ୍‌ ଟର୍ମିନାଲ ୨୧ ଶପିଂ ମଲ୍‌ ସିଲ୍‌ କରିଥିଲେ ମଧ୍ୟ ଏଯାଏ ତାଙ୍କୁ ଧରିପାରିନାହିଁ। ଯଦିଓ ଥାଇଲ୍ୟାଣ୍ଡରେ ଅଧିକ ଲୋକଙ୍କ ପାଖରେ ବନ୍ଧୁକ ଥାଏ, ଏଭଳି ଗଣହତ୍ୟା କ୍ୱଚିତ ଘଟିଥାଏ।

Related story