ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ଜମି ଅଧିଗ୍ରହଣ ବିଲକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ପ୍ରସଙ୍ଗରେ ବିରୋଧୀମାନେ ଆଗକୁ ବଢିବା ଦରକାର ବୋଲି ସୋମବାର ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତକାଲି  ସଂସଦର ମୌସୁମୀ  ଅଧିବେଶନ ପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକରେ ସେ ଏହି କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜମି ଅଧିଗ୍ରହଣ ବିଲ୍ ନେଇ ଆମେ ସମସ୍ତେ ଆଗକୁ ବଢ଼ିବା ଉଚିତ୍। ଏହି ବିଲ ନେଇ ସରକାର ସବୁ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେହିପରି ବିରୋଧୀମାନଙ୍କ ତରଫରୁ ଆଇପିଏଲର ପୂର୍ବତନ […]

allpartymeet

Rakesh Mallick
  • Published: Monday, 20 July 2015
  • , Updated: 20 July 2015, 07:26 AM IST

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ପ୍ରସଙ୍ଗରେ ବିରୋଧୀମାନେ ଆଗକୁ ବଢିବା ଦରକାର ବୋଲି ସୋମବାର ଯୁକ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତକାଲି  ସଂସଦର ମୌସୁମୀ  ଅଧିବେଶନ ପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକରେ ସେ ଏହି କଥା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜମି ଅଧିଗ୍ରହଣ ବିଲ୍ ନେଇ ଆମେ ସମସ୍ତେ ଆଗକୁ ବଢ଼ିବା ଉଚିତ୍। ଏହି ବିଲ ନେଇ ସରକାର ସବୁ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

ସେହିପରି ବିରୋଧୀମାନଙ୍କ ତରଫରୁ ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦିଙ୍କୁ ଇଂଲଣ୍ଡରେ ଟ୍ରାଭେଲ ଭିସା କରାଇଦେବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ତଦନ୍ତ ଦାବି କରିଥିଲେ। ଏହା ସହିତ ବିଜେପି ନେତାମାନଙ୍କ ସହିତ ଜଡ଼ିତ ସମସ୍ତ ଦୁର୍ନୀତି ଓ ଅଭିଯୋଗ ସଂପର୍କରେ ମଧ୍ୟ ସଂସଦରେ ଆଲୋଚନା କରିବାକୁ ସେମାନେ ଦାବି କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସଦର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଫୋରମ୍। ଏଠାରେ ସବୁ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ୍। ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସଂସଦକୁ ଚଳାଇବାର ଦାୟିତ୍ୱ ସରକାରଙ୍କର। କିନ୍ତୁ ଏଥିରେ ସବୁ ଦଳର ସହଯୋଗ ଆବଶ୍ୟକ।

ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏମ୍. ଭେଙ୍କିଆ ନାଇଡୁ ଏହି ବୈଠକ ଡକାଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ନେତା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିଥିଲେ।

ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଏହି ଅଧିବେଶନରେ ୩୫ଟି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚୂଡାନ୍ତ କରିଛନ୍ତି । ଏଥିମଧ୍ୟରେ ରାଜ୍ୟସଭାରେ ବାକି ଥିବା ୯ ଓ ଲୋକସଭାରେ ବାକି ଥିବା ୪ଟି ବିଲ୍ ରହିଛି । ସେହିପରି ୧୧ଟି ନୂଆ ବିଲ୍  ଆଗତ କରିବାକୁ ଯୋଜନା କରିଛନ୍ତି ସରକାର।

Related story