ମେ’ ୩୦ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ପୂର୍ବାନୁମାନ କରାଯାଇଥିବା ତାରିଖର ଦୁଇ ଦିନ ଆଗରୁ ମୌସୁମୀ ବାୟୂ କେରଳ ଉପକୂଳ ଛୁଇଁବ। ମେ’ ୩୦ ତାରିଖରେ ମୌସୁମୀ ବାୟୂ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏହି ସଂସ୍ଥା କହିଥିଲା ଯେ ଏଥର ଜୁନ୍ ୧ ତାରିଖରେ ମୌସୁମୀ ବାୟୂ କେରଳ ଛୁଇଁବ। ଗତବର୍ଷ ଜୁନ୍ ୬ ତାରିଖରେ ମୌସୁମୀ ବାୟୂ କେରଳ ଉପକୂଳ ଛୁଇଁଥିଲା। ଗତବର୍ଷ ୪ ମାସର ବର୍ଷାଋତୁରେ ଭଲ ବୃଷ୍ଟିପାତ ହୋଇନଥିଲା। […]

kerala

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 01:17 PM IST

ନୂଆଦିଲ୍ଲୀ: ପୂର୍ବାନୁମାନ କରାଯାଇଥିବା ତାରିଖର ଦୁଇ ଦିନ ଆଗରୁ ମୌସୁମୀ ବାୟୂ କେରଳ ଉପକୂଳ ଛୁଇଁବ। ମେ’ ୩୦ ତାରିଖରେ ମୌସୁମୀ ବାୟୂ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଏହି ସଂସ୍ଥା କହିଥିଲା ଯେ ଏଥର ଜୁନ୍ ୧ ତାରିଖରେ ମୌସୁମୀ ବାୟୂ କେରଳ ଛୁଇଁବ। ଗତବର୍ଷ ଜୁନ୍ ୬ ତାରିଖରେ ମୌସୁମୀ ବାୟୂ କେରଳ ଉପକୂଳ ଛୁଇଁଥିଲା। ଗତବର୍ଷ ୪ ମାସର ବର୍ଷାଋତୁରେ ଭଲ ବୃଷ୍ଟିପାତ ହୋଇନଥିଲା। ତେଣୁ ଦେଶରେ ଶସ୍ୟ ଉତ୍ପାଦନ ହ୍ରାସ ପାଇଥିଲା।

ସୂଚନାଯୋଗ୍ୟ, ମୌସୁମୀ ବାୟୂ କେରଳ ଉପକୂଳ ଛୁଇଁବାର ପ୍ରାୟ ଦୁଇ ସପ୍ତାହ ପରେ ଓଡ଼ିଶା ଛୁଇଁ ଥାଏ।

Related story