ବିକାଶ ନାଁରେ ୟୁପି ଜନତାଙ୍କୁ ଠକିଛନ୍ତି ମୋଦି: ମାୟାବତୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ବିଏସପିର ମହାରାଲି ଅନୁଷ୍ଠିତ ହୋଇଯାଇଛି। ବିଏସପିର ପ୍ରତିଷ୍ଠାତା କାଂଶିରାମଙ୍କ ପୁଣ୍ୟତିଥି ଅବସରରେ ଏହି ମହାରାଲି ଆୟୋଜିତ ହୋଇଥିଲା। ବିଏସପି ସୁପ୍ରିମୋ ମାୟାବତୀ ଏହି ଅବସରରେ ୟୁପି ସରକାର, କେନ୍ଦ୍ର ସରକାର ଏବଂ କଂଗ୍ରେସ ଉପରେ ବର୍ଷିଥିଲେ। ରାଜ୍ୟରେ ସମାଜବାଦୀ ପାର୍ଟି ଶାସନ କାଳରେ ଗୁଣ୍ଡାରାଜ ବଢ଼ିଯାଇଛି। ୟୁପିରେ ଆଇନ ବ୍ୟବସ୍ଥାରେ ଅବହେଳା ଦେଖାଯାଇଛି। ସମାଜବାଦୀ ପାର୍ଟି ଏବଂ ବିଜେପି ୟୁପିରେ ସାଂପ୍ରଦାୟିକ ରାଜନୀତି ଚଳାଇଛନ୍ତି। ଦାଦରୀ ଏବଂ ମୁଜାଫରନଗରର ଘଟଣାରେ […]

mayawati

Rakesh Mallick
  • Published: Sunday, 09 October 2016
  • , Updated: 09 October 2016, 03:28 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆଜି ବିଏସପିର ମହାରାଲି ଅନୁଷ୍ଠିତ ହୋଇଯାଇଛି। ବିଏସପିର ପ୍ରତିଷ୍ଠାତା କାଂଶିରାମଙ୍କ ପୁଣ୍ୟତିଥି ଅବସରରେ ଏହି ମହାରାଲି ଆୟୋଜିତ ହୋଇଥିଲା। ବିଏସପି ସୁପ୍ରିମୋ ମାୟାବତୀ ଏହି ଅବସରରେ ୟୁପି ସରକାର, କେନ୍ଦ୍ର ସରକାର ଏବଂ କଂଗ୍ରେସ ଉପରେ ବର୍ଷିଥିଲେ।

ରାଜ୍ୟରେ ସମାଜବାଦୀ ପାର୍ଟି ଶାସନ କାଳରେ ଗୁଣ୍ଡାରାଜ ବଢ଼ିଯାଇଛି। ୟୁପିରେ ଆଇନ ବ୍ୟବସ୍ଥାରେ ଅବହେଳା ଦେଖାଯାଇଛି। ସମାଜବାଦୀ ପାର୍ଟି ଏବଂ ବିଜେପି ୟୁପିରେ ସାଂପ୍ରଦାୟିକ ରାଜନୀତି ଚଳାଇଛନ୍ତି। ଦାଦରୀ ଏବଂ ମୁଜାଫରନଗରର ଘଟଣାରେ ଏହା ସ୍ପଷ୍ଟ ବାରି ହୋଇ ପଡୁଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିବାରେ ମଧ୍ୟ ମାୟାବତୀ ପଛାଇନଥିଲେ। ସେ କହିଛନ୍ତି, ୟୁପିର ଜନତାଙ୍କୁ ମୋଦି ଠକିଛନ୍ତି। ୟୁପିରେ ବିକାଶ ନାମରେ ମୋଦି କେବଳ ଘୋଷଣା କରିଛନ୍ତି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି।

Related story