ମଧ୍ୟପ୍ରଦେଶ ଝାବୁଆ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୧୦୦ ଟପିଲା

ଝାବୁଆ:  ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ପେତଲାୱାଡରେ ଘଟିଥିବା  ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏଥିରେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ସକାଳେ ପେତଲାୱାଡରେ ଥିବା ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟିଥିଲା। ଗ୍ୟାସ ସିଲିଣ୍ଡରରୁ ହୋଇଥିବା ଏହି ବିସ୍ଫୋରଣ ପରେ ଭୟଙ୍କର ରୂପ ଧାରଣ କରିଥିଲା। ନିକଟରେ ଥିବା ଏକ ଘରେ ବହୁ ପରିମାଣର ବିସ୍ଫୋରକ ପଦାର୍ଥ ଥିବାରୁ ବିସ୍ପୋରଣର ମାତ୍ରା ବଢ଼ିଯାଇଥିଲା। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କିଛି କୋଠା ଭୁଶୁଡି ପଡିବାରୁ ବହୁ […]

jhabua-restaurant

Rakesh Mallick
  • Published: Sunday, 13 September 2015
  • , Updated: 13 September 2015, 03:44 AM IST

ଝାବୁଆ:  ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ପେତଲାୱାଡରେ ଘଟିଥିବା  ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏଥିରେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ସକାଳେ ପେତଲାୱାଡରେ ଥିବା ଏକ ରେଷ୍ଟୁରାଣ୍ଟରେ ବିସ୍ଫୋରଣ ଘଟିଥିଲା। ଗ୍ୟାସ ସିଲିଣ୍ଡରରୁ ହୋଇଥିବା ଏହି ବିସ୍ଫୋରଣ ପରେ ଭୟଙ୍କର ରୂପ ଧାରଣ କରିଥିଲା। ନିକଟରେ ଥିବା ଏକ ଘରେ ବହୁ ପରିମାଣର ବିସ୍ଫୋରକ ପଦାର୍ଥ ଥିବାରୁ ବିସ୍ପୋରଣର ମାତ୍ରା ବଢ଼ିଯାଇଥିଲା। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କିଛି କୋଠା ଭୁଶୁଡି ପଡିବାରୁ ବହୁ ଲୋକ ମୃତାହତ ହୋଇଥିଲେ। ବିସ୍ଫୋରଣର ମାତ୍ରା ଏତେ ଭୟାବହ ଥିଲା ଯେ, ମୃତ ଦେହଗୁଡିକ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା। ସେହିପରି ନିକଟରେ ଥିବା ଅନେକ ଗାଡି ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ବିସ୍ଫୋରଣରେ ଆହତମାନଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ  ମଧ୍ୟପ୍ରଦେଶ ସରକାର ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଏବଂ ଆହତ ମାନଙ୍କୁ ୫୦ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର।

Related story