ରେଲୱେର ଟାବଲେଟ୍‌ ବ୍ୟବସ୍ଥା : ଖରାପ ଖାଦ୍ୟ ଦେଲେ ତୁରନ୍ତ ଅଭିଯୋଗ କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ ମିଳୁ ଥିବା ଖାଦ୍ୟକୁ ନେଇ ଅନେକ ସମୟରେ ଅଭିଯୋଗ ଆସେ। ବିଶେଷ କରି ଖାଦ୍ୟର ମାନକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥାଆନ୍ତି। ନିମ୍ନମାନର ଖାଦ୍ୟ ଦିଆଯାଉଥିଲେ ମଧ୍ୟ ଯାତ୍ରୀମାନେ ବାଧ୍ୟ ହୋଇ ଖାଇଦିଅନ୍ତି। ଅଭିଯୋଗ କଲେ ଶୁଣିବାକୁ କେହି ନଥାନ୍ତି। ହେଲେ ଏବେ ରେଲୱେ ପକ୍ଷରୁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି।  ଏହି ନୂତନ ପଦକ୍ଷେପ ଅନୁଯାୟୀ ଯଦି ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଥାଏ ତେବେ ଯାତ୍ରୀମାନେ ତୁରନ୍ତ ଅଭିଯୋଗ କରିପାରିବେ। […]

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 05:48 PM IST

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ ମିଳୁ ଥିବା ଖାଦ୍ୟକୁ ନେଇ ଅନେକ ସମୟରେ ଅଭିଯୋଗ ଆସେ। ବିଶେଷ କରି ଖାଦ୍ୟର ମାନକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥାଆନ୍ତି। ନିମ୍ନମାନର ଖାଦ୍ୟ ଦିଆଯାଉଥିଲେ ମଧ୍ୟ ଯାତ୍ରୀମାନେ ବାଧ୍ୟ ହୋଇ ଖାଇଦିଅନ୍ତି। ଅଭିଯୋଗ କଲେ ଶୁଣିବାକୁ କେହି ନଥାନ୍ତି। ହେଲେ ଏବେ ରେଲୱେ ପକ୍ଷରୁ ଏକ ଭିନ୍ନ ପଦକ୍ଷେପ ନିଆଯାଇଛି।  ଏହି ନୂତନ ପଦକ୍ଷେପ ଅନୁଯାୟୀ ଯଦି ଦିଆଯାଉଥିବା ଖାଦ୍ୟ ନିମ୍ନମାନର ଥାଏ ତେବେ ଯାତ୍ରୀମାନେ ତୁରନ୍ତ ଅଭିଯୋଗ କରିପାରିବେ। ଏଥିପାଇଁ ରେଲୱେ ପକ୍ଷରୁ ଟାବଲେଟ୍‌ ଲଞ୍ଚ କରିବାକୁ ଯୋଜନା ରଖାଯାଇଛି। ଏହି ଟାବଲେଟ୍‌ ମାଧ୍ୟମରେ ଯାତ୍ରୀମାନେ ସେମାନଙ୍କ ଅଭିଯୋଗ କରିପାରିବେ। ଅର୍ଥାତ ସରକାର ଟ୍ରେନ୍‌ରେ ଟାବଲେଟ୍ ବ୍ୟବସ୍ଥା କରିବେ। ଯେମିତି ଫିଡବ୍ୟାକ୍‌ ପାଇଁ ରେଷ୍ଟୁରାଣ୍ଟ ଗୁଡ଼ିକରେ ବ୍ୟବସ୍ଥା ରହିଛି।

କେବଳ ପ୍ରିମିୟମ ଟ୍ରେନ୍‌ ଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ। ଆସନ୍ତା ଶନିବାରରୁ ତେଜସ୍‌, ରାଜଧାନୀ , ଅଗଷ୍ଟକ୍ରାନ୍ତି, ଶତାବ୍ଦୀ ଏକ୍ସପ୍ରେସ୍‌ ଆଦି ଟ୍ରେନ୍‌ରେ ଏହି ସୁବିଧା ଉପଲବ୍ଧ ହେବ। ଆଇଆରସିଟିସିର ମୁଖ୍ୟ ମୁଖପାତ୍ର  ପିନାକିନ୍‌ ମୋରୱାଲା କହିଛନ୍ତି ଯେ,  ଏହି ଟାବଲେଟ ମାଧ୍ୟମରେ ତରୁନ୍ତ ଯାତ୍ରୀମାନେ ସେମାନଙ୍କ ଫିଡ୍‌ ବ୍ୟାକ୍‌ ଦେଇପାରିବେ। ସେହି ଅନୁଯାୟୀ  ଉଚ୍ଚମାନର ଖାଦ୍ୟ ପ୍ରସ୍ତୁତ ଉପରେ ଧ୍ୟାନ ଦିଆଯାଇପାରିବ । ଏହି ଟାବଲେଟରେ ଅଭିଯୋଗକାରୀଙ୍କ ନାମ, ମୋବାଇଲ ନମ୍ବର ଏବଂ ଅନ୍ୟାନ୍ୟ ତଥ୍ୟ ରେକର୍ଡ଼ କରାଯିବ। ଏହି ଟାବଲେଟରେ ଖାଦ୍ୟକୁ ନେଇ କିଛି ପ୍ରଶ୍ନ ଇନ୍‌ଷ୍ଟଲ କରାଯାଇଛି। ଯେଉଁଥିରେ ଯାତ୍ରୀମାନେ ସରଳଭାବେ ଉତ୍ତର ରଖିପାରିବେ।  ଥରେ ଅଭିଯୋଗ ରେକର୍ଡ଼ ହେଲେ ଏହାର ଏକ ରିଟର୍ଣ୍ଣ ମେସେଜ୍‌ ଯାତ୍ରୀଙ୍କ ମୋବାଇଲକୁ ଯିବ। ଏଥିରେ ଫିଡ୍ ବ୍ୟାକ ପାଇଁ ଧନ୍ୟବାଦ ବୋଲି ଉଲ୍ଲେଖ ରହିବ।

Related story