ଆଲାହାବାଦରେ ମେଧା ପାଟେକର ଗିରଫ

ଆଲାହାବାଦ: ଉତ୍ତରପ୍ରଦେଶର ଆହ୍ଲାବାଦରେ ଗିରଫ ହୋଇଛନ୍ତି ସାମାଜିକ କର୍ମୀ ମେଧା ପାଟେକର। ସମ୍ବେଦନଶୀଳ କଚରୀ ଗାଁକୁ ଯିବାକୁ ବାହାରୁଥିବା ବେଳେ ତାଙ୍କୁ ଆଜି ସକାଳେ ଗିରଫ ହୋଇଥିଲେ। ତାଙ୍କ ସହିତ ଆଉ ୯ ଜଣଙ୍କୁ ଗିରଫ କରାଯାଇଥିଲା। ଲକ୍ଷ୍ନୌଠାରୁ ୫୦ କିଲୋମିଟର ଦୂର କରଚାନା ତହସିଲର କଚରୀ ଗାଁରେ ଏକ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଉତ୍ତେଜନା ଜାରି ରହିଛି। ଏହି ଅଞ୍ଚଳର ୧୯୪୨ ଜଣ ଚାଷୀଙ୍କର ୫୧୨.୫୯୨ ହେକ୍ଟର ଜମିକୁ ଏହି ପ୍ରସ୍ତାବିତ ବିଦ୍ୟୁତ୍ ପ୍ରକଳ୍ପ ପାଇଁ […]

MedhaPatekar

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 02:14 PM IST

ଆଲାହାବାଦ: ଉତ୍ତରପ୍ରଦେଶର ଆହ୍ଲାବାଦରେ ଗିରଫ ହୋଇଛନ୍ତି ସାମାଜିକ କର୍ମୀ ମେଧା ପାଟେକର। ସମ୍ବେଦନଶୀଳ କଚରୀ ଗାଁକୁ ଯିବାକୁ ବାହାରୁଥିବା ବେଳେ ତାଙ୍କୁ ଆଜି ସକାଳେ ଗିରଫ ହୋଇଥିଲେ। ତାଙ୍କ ସହିତ ଆଉ ୯ ଜଣଙ୍କୁ ଗିରଫ କରାଯାଇଥିଲା।

ଲକ୍ଷ୍ନୌଠାରୁ ୫୦ କିଲୋମିଟର ଦୂର କରଚାନା ତହସିଲର କଚରୀ ଗାଁରେ ଏକ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଉତ୍ତେଜନା ଜାରି ରହିଛି। ଏହି ଅଞ୍ଚଳର ୧୯୪୨ ଜଣ ଚାଷୀଙ୍କର ୫୧୨.୫୯୨ ହେକ୍ଟର ଜମିକୁ ଏହି ପ୍ରସ୍ତାବିତ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଜୋରଜବରଦସ୍ତ ଅଧିଗ୍ରହଣ କରାଯାଇଥିବା ଅଭିଯୋଗ ହୋଇଛି। ଚଳିତ ମାସ ପ୍ରାରମ୍ଭରେ ଏନେଇ ସାଧାରଣ ଲୋକ ଓ ପୋଲିସ୍ ମଧ୍ୟରେ ମାଡ଼ପିଟ ହୋଇଥିଲା। ସେଠାରେ ସ୍ଥିତି ବିଗାଡ଼ିବାକୁ ଓ ଶାନ୍ତି ଭଙ୍ଗ କରିବାକୁ ଯାଉଥିବା ଅଭିଯୋଗରେ ମେଧା ପାଟେକର ଓ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଟ୍ରାନ୍ସ-ଯମୁନାର ଅତିରିକ୍ତ ଏସପି ଆଶୁତୋଷ ମିଶ୍ରା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ଯୋଗୁଁ କଚରୀ ଯିବାକୁ ତାଙ୍କ ଅନୁରୋଧକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।

Related story