ଅଗଷ୍ଟ ୧୫ ସୁଦ୍ଧା କରୋନା ଟିକା କେମିତି ବାହାରିବ? ସ୍ପଷ୍ଟୀକରଣ ରଖିଲା ଆଇସିଏମଆର

ନୂଆଦିଲ୍ଲୀ: ଭାରତୀୟଙ୍କ ସୁରକ୍ଷା ଓ ସ୍ୱାର୍ଥ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଆଜି ଏକଥା କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)। ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଯେମିତି ହେଲେ ବି କରୋନା ଟିକା ବାହାରିବ ବୋଲି ଆଇସିଏମଆର କହିଥିଲା। ତେବେ ତରବରିଆ ଭାବେ ଟିକା ବାହାର କରିବା କାର୍ଯ୍ୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନାପସନ୍ଦ କରିଥିଲେ। ସଂପୂର୍ଣ୍ଣ ସୁରକ୍ଷିତ ଢଙ୍ଗରେ ଆଇସିଏମଆର କରୋନା ଟିକା ବଜାରକୁ ପ୍ରବେଶ କରାଇବା ଦରକାର ବୋଲି ସେମାନେ କହିଥିଲେ। ଭାରତ ବାୟୋଟିକ ଓ […]

e

Hemant Lenka
  • Published: Saturday, 04 July 2020
  • , Updated: 04 July 2020, 08:59 PM IST

ନୂଆଦିଲ୍ଲୀ: ଭାରତୀୟଙ୍କ ସୁରକ୍ଷା ଓ ସ୍ୱାର୍ଥ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଆଜି ଏକଥା କହିଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)। ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଯେମିତି ହେଲେ ବି କରୋନା ଟିକା ବାହାରିବ ବୋଲି ଆଇସିଏମଆର କହିଥିଲା। ତେବେ ତରବରିଆ ଭାବେ ଟିକା ବାହାର କରିବା କାର୍ଯ୍ୟକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନାପସନ୍ଦ କରିଥିଲେ। ସଂପୂର୍ଣ୍ଣ ସୁରକ୍ଷିତ ଢଙ୍ଗରେ ଆଇସିଏମଆର କରୋନା ଟିକା ବଜାରକୁ ପ୍ରବେଶ କରାଇବା ଦରକାର ବୋଲି ସେମାନେ କହିଥିଲେ।

ଭାରତ ବାୟୋଟିକ ଓ ଆସିଏମଆର ମିଳିତ ଭାବେ ଦେଶର ପ୍ରଥମ କରୋନା ଟିକା କୋଭାକ୍ସିନ ବାହାର କରିଛନ୍ତି। ଜୁଲାଇ ମାସରେ ଦେଶର ବିଭିନ୍ନ ହସ୍ପିଟାଲରେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ। ଏଥିରେ ସଫଳ ହେଲେ କରୋନା ଟିକା ସମଗ୍ର ଦେଶରେ ଉପଲବ୍ଧ ହେବ। ଏସବୁ ଭିତରେ ଫାଷ୍ଟଟ୍ରାକ୍‌ ଭିତ୍ତିରେ ଏହାର ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବାକୁ ଆଇସିଏମଆର ଚିଠି ଲେଖିଥିଲା।

ତେବେ କାହିଁକି ଆଇସିଏମଆର ଫାଷ୍ଟଟ୍ରାକ୍‌ ପ୍ରକ୍ରିୟାରେ ଏହାର ଟ୍ରାଏଲ କରିବାକୁ ଚାହୁଁଛି ଓ ଏହାଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ମାତ୍ର ୬ ସପ୍ତାହରେ କରୋନା ଭଳି ଗୋଟିଏ ମହାମାରୀର ଟିକାର ପରୀକ୍ଷଣ କରିବା ଅବସ୍ତାବ ବୋଲି ଅନେକ କହିଥିଲେ।

ଏହାକୁ ନେଇ ବିବାଦ ଉପୁଜିବାରୁ ଆଇସିଏମଆର ଏହା ଉପରେ ସ୍ପଷ୍ଟୀକରଣ ଦେଇଛି। ଆଇସିଏମଆର କହିଛି, “ଆଇସିଏମଆର ଡିଜି ଯେଉଁ ଚିଠି ଲେଖିଛନ୍ତି, ତା’କୁ ଭୁଲ ଭାବେ ଗ୍ରହଣ କରାଯାଇଛି। କୌଣସି ବାଇପାସ୍‌ କିମ୍ବା ଆବଶ୍ୟକ ଦିଗକୁ ଟ୍ରାଏଲ ବେଳେ ଅଣଦେଖା କରାଯିବ ନାହିଁ। ଆଇସିଏମଆର ସର୍ବଦା ବିଶ୍ୱରେ ପ୍ରଚଳିତ ନିୟମ ଅନୁସାରେ କାର୍ଯ୍ୟକାରେ। ଫାଷ୍ଟ ଟ୍ରାକ୍‌ ଟ୍ରାଏଲ ପାଇଁ ବିଶ୍ୱରେ ପ୍ରଚଳିତ ନିୟମକୁ ହିଁ ଏଠାରେ ପାଳନ କରାଯିବ।

ମହାମାରୀ ବେଳେ ଫାଷ୍ଟ ଟ୍ରାକ ଟ୍ରାଏଲକୁ ହିଁ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଏ। ସେହିପରି ମଣିଷ ଓ ପଶୁମାନଙ୍କ କ୍ଷେତ୍ରରେ ସମାନ୍ତରଳ ଭାବେ ଟିକା ଏବଂ ଔଷଧକୁ ଟ୍ରାଏଲ ମଧ୍ୟ କରାଯାଏ। ତେଣୁ ବର୍ତ୍ତମାନ ହେବାକୁ ଥିବା ଟ୍ରାଏଲକୁ ସବୁଠାରୁ ଗୁରୁତ୍ୱର ସହ ବିଚାର କରାଯାଉଛି। ସମସ୍ତ ପ୍ରକାରର ସୁରକ୍ଷା ଓ ସ୍ୱାର୍ଥକୁ ହିଁ ଗୁରୁତ୍ୱ ଦିଆଯାଉଛି। ଭାରତୀୟଙ୍କ ସୁରକ୍ଷା ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।”

Related story