ଡନ୍‌ ମୁନ୍ନା ବଜରଙ୍ଗୀଙ୍କୁ ଜେଲରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ୍‌ ମୁନ୍ନା ବଜରଙ୍ଗୀଙ୍କୁ ଆଜି ବାଗପତ ଜେଲ ପରିସରରେ ହତ୍ୟା କରାଯାଇଛି। ମୁନ୍ନାଙ୍କର ପ୍ରକୃତ ନାଁ ହେଉଛି ପ୍ରେମ୍‌ ପ୍ରକାଶ। ବହୁଜନ ସମାଜ ପାର୍ଟିର ପୂର୍ବତନ ବିଧାୟକ ଲୋକେଶ ଦୀକ୍ଷିତଙ୍କଠାରୁ ମୁନ୍ନା ବଜରଙ୍ଗୀ ବଳପୂର୍ବକ ବଟି ମାଗିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ରବିବାର ଦିନ ତାଙ୍କୁ ବାଗପତ କୋର୍ଟରେ ହାଜର ହେବାର ଥିଲା। ତେଣୁ ତାଙ୍କୁ ଝାନ୍ସୀରୁ ଗତକାଲି ବାଗପତକୁ ଆଣାଯାଇଥିଲା। ହେଲେ କୋର୍ଟରେ ହାଜର ହେବା ପୂର୍ବରୁ ଜେଲ୍‌ ଭିତରେ […]

a-222

a-222

Rakesh Mallick
  • Published: Monday, 09 July 2018
  • Updated: 09 July 2018, 05:46 PM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ୍‌ ମୁନ୍ନା ବଜରଙ୍ଗୀଙ୍କୁ ଆଜି ବାଗପତ ଜେଲ ପରିସରରେ ହତ୍ୟା କରାଯାଇଛି। ମୁନ୍ନାଙ୍କର ପ୍ରକୃତ ନାଁ ହେଉଛି ପ୍ରେମ୍‌ ପ୍ରକାଶ। ବହୁଜନ ସମାଜ ପାର୍ଟିର ପୂର୍ବତନ ବିଧାୟକ ଲୋକେଶ ଦୀକ୍ଷିତଙ୍କଠାରୁ ମୁନ୍ନା ବଜରଙ୍ଗୀ ବଳପୂର୍ବକ ବଟି ମାଗିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ରବିବାର ଦିନ ତାଙ୍କୁ ବାଗପତ କୋର୍ଟରେ ହାଜର ହେବାର ଥିଲା। ତେଣୁ ତାଙ୍କୁ ଝାନ୍ସୀରୁ ଗତକାଲି ବାଗପତକୁ ଆଣାଯାଇଥିଲା। ହେଲେ କୋର୍ଟରେ ହାଜର ହେବା ପୂର୍ବରୁ ଜେଲ୍‌ ଭିତରେ ତାଙ୍କୁ ହତ୍ୟା ହୋଇଛି।

ସୂଚନା ମୁତାବକ ବଜରଙ୍ଗୀଙ୍କ ଶରୀରରେ୧୦ଟି ଗୁଳି ବାଜିଛି। ମାମଲାରେ ଜେଲରଙ୍କ ସହ ୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜେଲରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁନିଲ ରାଠି ଏହି ଗୁଳିକାଣ୍ଡ ଘଟାଇଥିବା ବଜରଙ୍ଗୀଙ୍କ ଶାଳକ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos