ହଷ୍ଟେଲ ଛାତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ: ରାତିଅଧରେ କିଏ ଆସି କପଡ଼ା ଟାଣୁଛି

ଲକ୍ଷ୍ନୌ: ୟୁପିର ମିରଠରେ ରହିଛି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ।ଏଠାରେ ଦିନରେ ପିଲାଙ୍କୁ ପାଠ ପଢ଼ାଯାଏ। ହେଲେ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଏହା ପଲଟିଯାଏ ଭୂତଙ୍କ ଆଡ୍ଡାସ୍ଥଳୀ। ସ୍କୁଲର ୮ ଜଣ ଛାତ୍ର ପୋଲିସକୁ ଏ ସମ୍ପର୍କରେ  ଚିଠି ଲେଖିଛନ୍ତି। ପିଲାଙ୍କ କହିବା ଅନୁଯାୟୀ ଭୂତ ତାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରେ। ପିଲାମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କ ୱାର୍ଡେନ ହିଁ ବେଶ ବଦଳାଇ ଏ ସବୁ କୁତ୍ସିତ କାର୍ଯ୍ୟ କରୁଛି। ସ୍କୁଲରେ […]

witch-647-x-404_090415052934

Rakesh Mallick
  • Published: Tuesday, 22 May 2018
  • , Updated: 22 May 2018, 11:51 AM IST

ଲକ୍ଷ୍ନୌ: ୟୁପିର ମିରଠରେ ରହିଛି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ।ଏଠାରେ ଦିନରେ ପିଲାଙ୍କୁ ପାଠ ପଢ଼ାଯାଏ। ହେଲେ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଏହା ପଲଟିଯାଏ ଭୂତଙ୍କ ଆଡ୍ଡାସ୍ଥଳୀ। ସ୍କୁଲର ୮ ଜଣ ଛାତ୍ର ପୋଲିସକୁ ଏ ସମ୍ପର୍କରେ  ଚିଠି ଲେଖିଛନ୍ତି। ପିଲାଙ୍କ କହିବା ଅନୁଯାୟୀ ଭୂତ ତାଙ୍କ ସହ ଖରାପ ବ୍ୟବହାର ମଧ୍ୟ କରେ। ପିଲାମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କ ୱାର୍ଡେନ ହିଁ ବେଶ ବଦଳାଇ ଏ ସବୁ କୁତ୍ସିତ କାର୍ଯ୍ୟ କରୁଛି।

ସ୍କୁଲରେ ୩ଟି ବଡ଼ ବଡ଼ କକ୍ଷ ରହିଛି। ପ୍ରତ୍ୟେକ କକ୍ଷରେ ୨୦ଟି ଲେଖାଏଁ ଖଟ ଅଛି । ପ୍ରତ୍ୟେକ ଖଟରେ ଦୁଇଜଣ ଛାତ୍ରୀ ଶୁଅନ୍ତି। ନିୟମ ଅନୁଯାୟୀ ପ୍ରତ୍ୟେକ କକ୍ଷରେ ପିଲାଙ୍କ ସହ ଜଣେ ଶିକ୍ଷୟିତ୍ରୀ କିମ୍ବା ଜଣେ ମହିଳା ୱାର୍ଡେନ ଶୋଇବା କଥା। ହେଲେ ସେ ଏପରି କରନ୍ତି ନାହିଁ। ପିଲାମାନେ ଅଭିଯୋଗ କରିଛନ୍ତି ଯେ ୱାର୍ଡେନ ଜଣକ ରାତିରେ ନିଜ ମୁହଁ ଢାଙ୍କି ଆସି ପିଲାଙ୍କୁ ଡରାଇଥାନ୍ତି।

ସେମାନେ ଶୋଇଥିବାବେଳେ ତାଙ୍କ ହାତ, ଗୋଡ଼ ଟାଣିବା ସହ ବେଳେ ବେଳେ ଦେହରୁ କପଡ଼ା ମଧ୍ୟ ଟାଣିଦେଇଥାଏ।  କେବଳ ଏତିକି ନୁହେଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ କହିବା ଅନୁଯାୟୀ, ୱାର୍ଡେନ ରାତିରେ କିଛି ପିଲାମାନଙ୍କୁ ସ୍କୁଲ ପରିସରରୁ ବାହାରକୁ ନେଇଯାଏ। ସେ କହିଥିଲେ ଯେ, ୱାର୍ଡେନ ତାଙ୍କ ରୁମ୍‌କୁ ଯାଇ ତାଙ୍କ ସହ ଆପତ୍ତିଜନକ ବ୍ୟବହାର କରିଥାନ୍ତି । ଏନେଇ କିଛି ଦିନ ପୂର୍ବରୁ କିଛି ଛାତ୍ରୀମାନଙ୍କ ଅଭିଭାବକମାନେ ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ।

Related story