ଭଗବାନ ରାମଙ୍କ ବଂଶଧର ଦାବି କରନ୍ତି ଏହି ରାଜପରିବାର

ନୂଆଦିଲ୍ଲୀ: ଭାରତରେ ଏମିତି ଅନେକ ରାଜପରିବାର ରହିଛି।  ହେଲେ ରାଜସ୍ଥାନର ଜୟପୁରରେ ଥିବା ରାଜ ପରିବାର ନିଜକୁ ଭଗବାନଙ୍କ ବଂଶଧର ଅର୍ଥାତ ରାମଙ୍କ ବଂଶଧର ବୋଲି ଦାବି କରନ୍ତି। କେବଳ ସେତିକି ନୁହେଁ ଏହି କଥାକୁ ସେ ନିଜ ଅଫିସିଆଲ ସାଇଟରେ ମଧ୍ୟ ପୋଷ୍ଟ କରିଛନ୍ତି। ଜୟପୁରର ପୂର୍ବ ମହାରାଜା ଭବାନି ସିଂହ ଭଗବାନ ରାମଙ୍କ ପୁତ୍ର କୁଶଙ୍କର ୩୦୯ତମ ବଂଶଧର ବୋଲି ଦାବି କରନ୍ତି । ଏକଥାକୁ ରାଜ ପ୍ରସାଦର ରାଣୀ ପଦ୍ମିନୀ ଦେବି ଏକ […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 03:09 PM IST

ନୂଆଦିଲ୍ଲୀ: ଭାରତରେ ଏମିତି ଅନେକ ରାଜପରିବାର ରହିଛି।  ହେଲେ ରାଜସ୍ଥାନର ଜୟପୁରରେ ଥିବା ରାଜ ପରିବାର ନିଜକୁ ଭଗବାନଙ୍କ ବଂଶଧର ଅର୍ଥାତ ରାମଙ୍କ ବଂଶଧର ବୋଲି ଦାବି କରନ୍ତି। କେବଳ ସେତିକି ନୁହେଁ ଏହି କଥାକୁ ସେ ନିଜ ଅଫିସିଆଲ ସାଇଟରେ ମଧ୍ୟ ପୋଷ୍ଟ କରିଛନ୍ତି।

ଜୟପୁରର ପୂର୍ବ ମହାରାଜା ଭବାନି ସିଂହ ଭଗବାନ ରାମଙ୍କ ପୁତ୍ର କୁଶଙ୍କର ୩୦୯ତମ ବଂଶଧର ବୋଲି ଦାବି କରନ୍ତି । ଏକଥାକୁ ରାଜ ପ୍ରସାଦର ରାଣୀ ପଦ୍ମିନୀ ଦେବି ଏକ ଟିଭି ସା‍କ୍ଷାତକାର ମାଧ୍ୟମରେ ମଧ୍ୟ ଜଣାଇଥିଲେ।

ପଦ୍ମିନୀ ଦେବି ହେଉଚନ୍ତି ଜୟପୁରର ପୂର୍ବମହାରାଜା ଭବାନି ସିଂହଙ୍କ ରାଣୀ। ତାଙ୍କ ଝିଅ ଦିୟା କୁମାରୀ ଏବେ ଜୟପୁରରେ ସବାଈ ମାଧୋପୁରରେ ବିଧାୟକ ଅଛନ୍ତି।  ଭବାନି ସିଂହ ହେଉଛନ୍ତି ମହାରାଜା ମାନ ସିଂହଙ୍କ ପୁତ୍ର। ମହାରାଜା ମାନ ସିଂହ ତିନୋଟି ବିବାହ କରିଥିଲେ।

Related story