୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମେହବୁବା

ଶ୍ରୀନଗର: ପିଡିପି ଅଧ୍ୟକ୍ଷା ମହବୁବା ମୁଫତି ଏପ୍ରିଲ୍‌ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଜମ୍ମୁ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥ ନେବା ପରେ ମୁଫତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ। ସରକାର ଗଠନ ପାଇଁ ବିଜେପି ନେତା ରାମ ମାଧବ ଏବଂ ଅବିନାଶ ରାୟ ଖାନ୍ନା ଆଜି ସନ୍ଧ୍ୟା ସୁଦ୍ଧା ଜମ୍ମୁରେ ପହଞ୍ଚିବେ। ଅନ୍ୟପକ୍ଷରେ ଗତ ସରକାର ସମୟରେ ମନ୍ତ୍ରୀ ଥିବା ନିଜର କିଛି ନେତାଙ୍କୁ ବିଜେପି […]

mufti

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 10:29 AM IST

ଶ୍ରୀନଗର: ପିଡିପି ଅଧ୍ୟକ୍ଷା ମହବୁବା ମୁଫତି ଏପ୍ରିଲ୍‌ ୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଜମ୍ମୁ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥ ନେବା ପରେ ମୁଫତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ।

ସରକାର ଗଠନ ପାଇଁ ବିଜେପି ନେତା ରାମ ମାଧବ ଏବଂ ଅବିନାଶ ରାୟ ଖାନ୍ନା ଆଜି ସନ୍ଧ୍ୟା ସୁଦ୍ଧା ଜମ୍ମୁରେ ପହଞ୍ଚିବେ। ଅନ୍ୟପକ୍ଷରେ ଗତ ସରକାର ସମୟରେ ମନ୍ତ୍ରୀ ଥିବା ନିଜର କିଛି ନେତାଙ୍କୁ ବିଜେପି ହଟାଇବାକୁ ଚାହୁଁଥିବା ଜଣାପଡିଛି।

ଏକ ରିପୋର୍ଟ ଅନୁସାରେ ମହବୁବା ମୁଫତି ଏକ ସାଧାରଣ ଉତ୍ସବରେ ରାଜ୍ୟପାଳ ଏନ୍.ଏନ୍. ୱହରାଙ୍କଠାରୁ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ,  ମୁଫତି ମହମ୍ମଦଙ୍କ ପରଲୋକ ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖା ଦେଇଥିଲା। ପ୍ରାୟ ୨ ମାସ ବାରମ୍ବାର ଆଲୋଚନା ପରେ ଉଭୟ ଦଳ ସରକାର ଗଠନ କରିବାକୁ ସହମତି ହୋଇଥିଲେ।

Related story