ମୃତ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ମେହବୁବା ମୁଫତି

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଶ୍ରୀନଗରର ଲଓ୍ୱାୟପୋରରେ ମୃତ ଆତଙ୍କବାଦୀର ପରିବାର ଲୋକେ ରହିଛନ୍ତି। ଏହାପରେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଚିଠି ଲେଖିଛନ୍ତି ମେହବୁବା ମୁଫତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଲଓ୍ୱାୟପୋରରେ ହତ୍ୟାର ଶିକାର ହୋଇଥିବା ମୃତ ବ୍ୟକ୍ତିର ଶବ ଏଯାବତ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ପରିବାର ଲୋକେ ଶେଷ ରୀତିନୀତି କରିପାରି […]

mehbooba-mufti_

Subhransu Sekhar
  • Published: Thursday, 31 December 2020
  • , Updated: 31 December 2020, 05:17 PM IST

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଶ୍ରୀନଗରର ଲଓ୍ୱାୟପୋରରେ ମୃତ ଆତଙ୍କବାଦୀର ପରିବାର ଲୋକେ ରହିଛନ୍ତି। ଏହାପରେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଚିଠି ଲେଖିଛନ୍ତି ମେହବୁବା ମୁଫତି।

ସେ ଟ୍ୱିଟ୍ କରି ଲେଖିଛନ୍ତି ଲଓ୍ୱାୟପୋରରେ ହତ୍ୟାର ଶିକାର ହୋଇଥିବା ମୃତ ବ୍ୟକ୍ତିର ଶବ ଏଯାବତ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ପରିବାର ଲୋକେ ଶେଷ ରୀତିନୀତି କରିପାରି ନାହାନ୍ତି। ପରିବାର ସବୁଦିନ ପାଇଁ ତା’ପୁଅକୁ ହରାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ।

ସୂଚନାଯୋଗ୍ୟ, ବୁଧବାର ଦିନ ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମଙ୍ଗଳବାର ଲଓ୍ୱାୟପୋରରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟର ବେଳେ ତିନି ଆତଙ୍କବାଦୀ ନିପାତ ହୋଇଥିଲେ।

https://twitter.com/MehboobaMufti/status/1344582432872271875?s=20

Related story