‘ଋତୁମତୀ ମହିଳାଙ୍କ ହାତରନ୍ଧା ଖାଇଲେ ପରଜନ୍ମରେ ସ୍ୱାମୀ ବଳଦ ହେବେ’

ଅହମଦାବାଦ : ‘ମାସିକ ଋତୁସ୍ରାବ ସମୟରେ ସ୍ୱାମୀଙ୍କୁ ରୋଷେଇ କରି ଦେଉଥିବା ମହିଳା ପରଜନ୍ମରେ କୁକୁର ହୋଇ ଜନ୍ମ ନେବେ। ଏପରିକି ସେହି ମହିଳାଙ୍କ ହାତରୁ ଖାଦ୍ୟ ଗ୍ରହଣ କରୁଥିବା ପୁରୁଷ ପରଜନ୍ମରେ ବଳଦ ହୋଇ ଜନ୍ମ ହେବେ।’ ମାସିକ ଋତୁସ୍ରାବକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧନ କରି ଧର୍ମଗୁରୁ କୃଷ୍ଣସ୍ୱରୂପ ଦାସଜୀ ଏହି ବୟାନ୍‌ ଦେଇଛନ୍ତି। କୃଷ୍ଣସ୍ୱରୂପ ଦାସଜୀ ହେଉଛନ୍ତି ଭୁଜରେ ଥିବା ସ୍ୱାମୀନାରାୟଣ ମନ୍ଦିରର ଜଣେ ଧର୍ମଗୁରୁ। ମହିଳାଙ୍କ ଉପରେ ଏପରି ବିବାଦୀୟ ମନ୍ତବ୍ୟ […]

s333

Puspanjali Panda
  • Published: Wednesday, 19 February 2020
  • , Updated: 19 February 2020, 05:19 PM IST

ଅହମଦାବାଦ : ‘ମାସିକ ଋତୁସ୍ରାବ ସମୟରେ ସ୍ୱାମୀଙ୍କୁ ରୋଷେଇ କରି ଦେଉଥିବା ମହିଳା ପରଜନ୍ମରେ କୁକୁର ହୋଇ ଜନ୍ମ ନେବେ। ଏପରିକି ସେହି ମହିଳାଙ୍କ ହାତରୁ ଖାଦ୍ୟ ଗ୍ରହଣ କରୁଥିବା ପୁରୁଷ ପରଜନ୍ମରେ ବଳଦ ହୋଇ ଜନ୍ମ ହେବେ।’ ମାସିକ ଋତୁସ୍ରାବକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧନ କରି ଧର୍ମଗୁରୁ କୃଷ୍ଣସ୍ୱରୂପ ଦାସଜୀ ଏହି ବୟାନ୍‌ ଦେଇଛନ୍ତି। କୃଷ୍ଣସ୍ୱରୂପ ଦାସଜୀ ହେଉଛନ୍ତି ଭୁଜରେ ଥିବା ସ୍ୱାମୀନାରାୟଣ ମନ୍ଦିରର ଜଣେ ଧର୍ମଗୁରୁ।

ମହିଳାଙ୍କ ଉପରେ ଏପରି ବିବାଦୀୟ ମନ୍ତବ୍ୟ ଦେଇ ସ୍ୱାମୀଜୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସ୍ୱାମୀଜୀଙ୍କ ଅନୁସାରେ ଏହା ଶାସ୍ତ୍ରରେ ଲେଖାଅଛି। ଯେଉଁ ମତକୁ ନେଇ ଏବେ ଦେଶବ୍ୟାପୀ ଜନଅସନ୍ତୋଷ ସୃଷ୍ଟି ହୋଇଛି। ସୋଶାଲ ମିଡିଆରେ ସ୍ୱାମୀଜୀଙ୍କ ଏହି କଥାର ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

କେବଳ ଏତିକି ନୁହେଁ, ସ୍ୱାମୀଜୀ ଆହୁରି ମଧ୍ୟ କହିଛନ୍ତି, ‘ଆପଣ ସମସ୍ତଙ୍କୁ ମୋ ବିଚାର ଭଲ ନଲାଗିଲେ, ମୋତେ କୌଣସି ଫରକ ପଡ଼ିବ ନାହିଁ। କିନ୍ତୁ ଏହା ଆମ ଶାସ୍ତ୍ରରେ ଲେଖାଅଛି। ଋତୁମତୀ ମହିଳା ସ୍ୱାମୀଙ୍କ ପାଇଁ ଖାଇବା ତିଆରି କଲେ ପରଜନ୍ମରେ କୁକୁର ହୋଇ ଜନ୍ମ ନେବା ଧାର୍ଯ୍ୟ।’

ଋତୁସ୍ରାବକୁ ନେଇ ମହିଳାଙ୍କ ବେଖିଆଲ୍‌ ମନୋଭାବ ଓ ଅବହେଳାକୁ ନେଇ ସ୍ୱାମୀଜୀ ଗାଳି ମଧ୍ୟ କରିଥିଲେ। ଏପରିକି ସେ ପୁରୁଷଙ୍କୁ ରୋଷେଇ ଶିଖିବା ପାଇଁ ପରାମର୍ଶ ବି ଦେଇଥିଲେ।

ସ୍ୱାମୀଜୀ କହିଥିଲେ, ‘ମହିଳାଙ୍କୁ ଏହି କଥା ଜାଣିନାହାନ୍ତି ଯେ ଋତୁସ୍ରାବ ଏକ ତପସ୍ୟା ସଦୃଶ। ଶାସ୍ତ୍ରରେ ଲେଖାଅଛି। ମୋତେ ବି ଆପଣମାନଙ୍କୁ ଏସବୁ କହିବା ଭଲ ଲାଗୁ ନାହିଁ। କିନ୍ତୁ ମୁଁ ଚେତାବନୀ ଦେବା ପାଇଁ କହୁଛି। ପୁରୁଷମାନେ ରୋଷେଇ ଶିଖିଲେ, ସେମାନଙ୍କୁ ସାହାଯ୍ୟ କରିପାରିବେ।’

ସୂଚନାଯୋଗ୍ୟ, ଏହାର କିଛି ଦିନ ତଳେ ଭୁଜର ଗୋଟିଏ କଲେଜରେ ଝିଅଙ୍କର ମାସିକ ଋତୁସ୍ରାବ ହୋଇଛି କିମ୍ୱା ନାହିଁ ଜାଣିବା ପାଇଁ ପୋଷାକ ଖୋଲିବା ପରି ଘଟଣା ଦେଖା ଦେଇଥିଲା। ଫେବୃଆରୀ ୧୧ ତାରିଖରେ ଏପରି ଘଟଣା ଘଟିଥିଲା। କଲେଜ ପରିସରରୁ ସାନିଟାରୀ ନାପକିନ୍ ମିଳିବା ପରେ ପ୍ରିନ୍ସିପାଲ୍‌ ସମସ୍ତ ଝିଅଙ୍କର ଚେକିଂ କରିଥିଲେ ଏବଂ ହଷ୍ଟେଲର ବାକି ଝିଅଙ୍କ ସହିତ ବସି ଖାଦ୍ୟ ନଖାଇବା ପାଇଁ ଚେତାବନୀ ଦେଇଥିଲେ। ଏହି ମାମଲାରେ ପରେ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଥିଲା।

Related story