କାଠମାଣ୍ଡୁ: ନେପାଳରେ ଭାରତୀୟ ମୁଦ୍ରା ବିନିମୟ ଉପରେ ଲାଗିଛି କଟକଣା। କଳାବଜାରୀ ଘଟଣା ଉପରେ କାବୁ ପାଇବା ପାଇଁ ନେପାଳ ସରକାର ଦେଶରେ ଭାରତୀୟ ମୁଦ୍ରାର ବିନିମୟ ନେଇ କେତେଗୁଡିଏ କଟକଣା ଜାରି କରିଛନ୍ତି। ଏହି ନିଷ୍ପତ୍ତି ପ୍ରକାରେ ନେପାଳର ରାଷ୍ଟ୍ରୀୟ ବ୍ୟାଙ୍କ ସ୍ଥିର କରିଛି ଯେ ଗୋଟିଏ ଦିନରେ କୌଣସି ବ୍ୟକ୍ତିଙ୍କୁ ୨୫୦୦ ଟଙ୍କାରୁ ଅଧିକ ଭାରତୀୟ ମୁଦ୍ରା ଦିଆଯିବ ନାହିଁ। ଆଉ ଏହି ଅର୍ଥ ପୂର୍ବରୁ ଦିଆଯାଉଥିବା ଭାରତୀୟ ମୁଦ୍ରାର ଅଧା। ଯେ’କୌଣସି ବ୍ୟକ୍ତି ନେପାଳି ମୁଦ୍ରାକୁ ସପ୍ତାହରେ କେବଳ ଗୋଟିଏ ଥର ଭାରତୀୟ ମୁଦ୍ରାରେ ବଦଳାଇ ପାରିବେ। ତା’ସହିତ ଭାରତର ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ନେପାଳରେ ଚାଲି ପାରିବ ନାହିଁ।
ଭାରତୀୟ ମୁଦ୍ରାର ଦୁରୁପଯୋଗ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ନେପାଳର ରାଷ୍ଟ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।