ଅନଲକ-୫ରେ ଖୋଲିବ ସିନେମା ହଲ୍‌, ଆହୁରି କୋହଳ ହେବ କଟକଣା!

ନୂଆଦିଲ୍ଲୀ: କରୋନା ପାଇଁ ପ୍ରଥମେ ଲକଡାଉନ ଓ ପରେ ଲାଗୁ ହେଉଥିବା ଅନଲକ ବ୍ୟବସ୍ଥା ଏବେ ୫ମ ପର୍ଯ୍ୟାୟରେ ପହଞ୍ଚିବାକୁ ବସିଲାଣି। ଆସନ୍ତା ୧ ତାରିଖରୁ ସାରା ଦେଶରେ ଅନଲକ ୫ ଆରମ୍ଭ ହୋଇଯିବ। କରୋନା ମହାମାରୀ ପାଇଁ ଠପ ହୋଇଯାଇଥିବା ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଅନଲକ-୫ରେ ଲାଗୁ ହୋଇଥିବା କଟକଣାକୁ ଆହୁରି କୋହଳ କାରିବେ। ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାର ଅନଲକ-୫ର ଗାଇଡଲାଇନ ଜାରି କରିବେ। ଅନଲକ-୫ରେ ଦୀର୍ଘ […]

da

Hemant Lenka
  • Published: Monday, 28 September 2020
  • , Updated: 28 September 2020, 05:05 PM IST

ନୂଆଦିଲ୍ଲୀ: କରୋନା ପାଇଁ ପ୍ରଥମେ ଲକଡାଉନ ଓ ପରେ ଲାଗୁ ହେଉଥିବା ଅନଲକ ବ୍ୟବସ୍ଥା ଏବେ ୫ମ ପର୍ଯ୍ୟାୟରେ ପହଞ୍ଚିବାକୁ ବସିଲାଣି। ଆସନ୍ତା ୧ ତାରିଖରୁ ସାରା ଦେଶରେ ଅନଲକ ୫ ଆରମ୍ଭ ହୋଇଯିବ। କରୋନା ମହାମାରୀ ପାଇଁ ଠପ ହୋଇଯାଇଥିବା ସାଧାରଣ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଅନଲକ-୫ରେ ଲାଗୁ ହୋଇଥିବା କଟକଣାକୁ ଆହୁରି କୋହଳ କାରିବେ।

ଆଜି କିମ୍ବା ଆସନ୍ତାକାଲି କେନ୍ଦ୍ର ସରକାର ଅନଲକ-୫ର ଗାଇଡଲାଇନ ଜାରି କରିବେ। ଅନଲକ-୫ରେ ଦୀର୍ଘ ମାର୍ଚ୍ଚ ମାସରୁ ଦେଶରେ ବନ୍ଦ ହୋଇ ପଡ଼ିଥିବା ସିନେମା ହଲ ଖୋଲିବାକୁ ଅନୁମତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏଠାରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯିବ। ରବିବାର ଦେଶର ପ୍ରଥମ ରାଜ୍ୟ ଭାବେ ପଶ୍ଚିମବଙ୍ଗ ସରକାର ଅକ୍ଟୋବର ୧ରୁ ସିନେମା ହଲ ଓ ଯାତ୍ରା ପେଣ୍ଡାଲ ଖୋଲିବାକୁ ଅନୁମତି ଦେଇଛନ୍ତି। ତେଣୁ କେନ୍ଦ୍ର ସରକାର ମଧ୍ୟ ସିନେମା ହଲକୁ ଖୋଲିବାକୁ ଅନୁମତି ଦେଇପାରନ୍ତି।

ପୂର୍ବରୁ ଅନଲକ-୪ରେ କେନ୍ଦ୍ର ସରକାର ମେଟ୍ରୋ ସେବା ଓ ୯ରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀଙ୍କ ପାଇଁ କଟକଣା କୋହଳ କରିଥିଲେ। ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ନିଜ ଇଚ୍ଛାରେ ସ୍କୁଲ ଯାଇ ପାଠ ବୁଝି ପାରିବେ ବୋଲି କୁହାଯାଇଥିଲା। ଏବେ ଅନଲକ-୫ରେ ସ୍କୁଲ ଖୋଲିବା ଉପରେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସୂତ୍ର ଅନୁସାରେ, ପ୍ରାଥମିକ ସ୍କୁଲ ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ। କିନ୍ତୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଖୋଳିବାକୁ ସରକାର ଅନୁମତି ଦେଇ ପାରନ୍ତି।

କରୋନା ପାଇଁ ପର୍ଯ୍ୟଟନ ଶିଳ୍ପ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇପଡ଼ିଛି। ତେଣୁ ଅକ୍ଟୋବର ୧ରୁ ରାଜ୍ୟ ସରକାରମାନେ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଦ୍ୱାର ଖୋଲି ପାରନ୍ତି। ଓଡ଼ିଶା ଓ ଉତ୍ତରାଖଣ୍ଡ ସରକାର ଅକ୍ଟୋବର ୧ରୁ ବିଭିନ୍ନ ପର୍ଯ୍ୟଟନସ୍ଥଳ ଖୋଳିବାକୁ ଏବେଠାରୁ ହିଁ କହି ସାରିଛନ୍ତି। ତେଣୁ କେନ୍ଦ୍ରର ଗାଇଡଲାଇନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

Related story