ରକ୍ତରଞ୍ଜିତ ହେଲା ଫୁଟବଲ ମଇଦାନ, ୫୦ ଲୋକଙ୍କ ମୁଣ୍ଡ କାଟିଲେ ଆତଙ୍କୀ

ନୂଆଦିଲ୍ଲୀ: ମୋଜାମ୍ବିକ ଉତ୍ତରାଞ୍ଚଳର କ୍ୟାବୋ ଡେଲ୍‌ଗାଡୋ ପ୍ରଦେଶରେ ଘଟିଛି ବଡ଼ ନରସଂହାର। ଯେଉଁଠାରେ ଇସଲାମିକ୍ ଆତଙ୍କୀ ୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିବା ପରେ ଫୁଟବଲ୍‌ ପିଚରେ ସେମାନଙ୍କର ମୁଣ୍ଡ କାଟି ଦେଇଛନ୍ତି। ଏହା ପରେ ମୃତଦେହ ଗୁଡ଼ିକୁ ଖଣ୍ଡ ବିଖଣ୍ଡିତ କରି ଫୋପାଡ଼ି ଦେଇଥିଲେ। ଯାହା ଫଳରେ ଫୁଟବଲ ମଇଦାନ ରକ୍ତ ରଞ୍ଜିତରେ ପରିଣତ ହୋଇଥିଲା। ରିପୋର୍ଟ ମୁତାବକ, ଏକ ଜଙ୍ଗଲରେ ସମସ୍ତ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଥିଲା। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେଥିମଧ୍ୟରୁ […]

islamic

Ranjit Kumar Jena
  • Published: Tuesday, 10 November 2020
  • , Updated: 10 November 2020, 09:33 PM IST

ନୂଆଦିଲ୍ଲୀ: ମୋଜାମ୍ବିକ ଉତ୍ତରାଞ୍ଚଳର କ୍ୟାବୋ ଡେଲ୍‌ଗାଡୋ ପ୍ରଦେଶରେ ଘଟିଛି ବଡ଼ ନରସଂହାର। ଯେଉଁଠାରେ ଇସଲାମିକ୍ ଆତଙ୍କୀ ୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିବା ପରେ ଫୁଟବଲ୍‌ ପିଚରେ ସେମାନଙ୍କର ମୁଣ୍ଡ କାଟି ଦେଇଛନ୍ତି। ଏହା ପରେ ମୃତଦେହ ଗୁଡ଼ିକୁ ଖଣ୍ଡ ବିଖଣ୍ଡିତ କରି ଫୋପାଡ଼ି ଦେଇଥିଲେ। ଯାହା ଫଳରେ ଫୁଟବଲ ମଇଦାନ ରକ୍ତ ରଞ୍ଜିତରେ ପରିଣତ ହୋଇଥିଲା।

ରିପୋର୍ଟ ମୁତାବକ, ଏକ ଜଙ୍ଗଲରେ ସମସ୍ତ ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଥିଲା। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେଥିମଧ୍ୟରୁ ୧୫ରୁ ଅଧିକ ଯୁବକ ସାମିଲ୍‌ ଥିବା ଜଣାପଡ଼ିଛି। ମୋଜାମ୍ବିକରେ ଲଗାତର ଇସଲାମିକ୍ ଆତଙ୍କାବାଦୀ ନିଜର ଦବଦବାକୁ ବଢ଼ାଇବାରେ ଲାଗିଛନ୍ତି। ଯାହାର ଜ୍ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣା।

ଏକ ରିପୋର୍ଟ ଅନୁଯାୟୀ, ଆକ୍ରମଣକାରୀ 'ଆଲ୍ଲା ହୁ ଆକବର' ନାରା ଲଗାଇଥିଲେ। ଆତଙ୍କବାଦୀମାନେ ପ୍ରଥମେ ନାଞ୍ଜାବା ଗାଁରେ ଆକ୍ରମଣ କରିଥିଲେ ଏବଂ ସେଠାରୁ କିଛି ମହିଳାଙ୍କୁ ଅପହରଣ କରିନେଇଥିଲେ। ସେହିପରି ଆତଙ୍କବାଦୀ ନିକଟସ୍ଥ ଏକ ଗାଁ ଉପରେ ମଧ୍ୟ ଆକ୍ରମଣ କରିଥିଲେ, ଯେଉଁଠାରେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ମୁଣ୍ଡ କାଟି ଦେଇଛନ୍ତି।

ଏ ନେଇ ସ୍ଥାନୀୟ ପୁଲିସ୍ ଅଧିକାରୀ କହିଛନ୍ତି, ଆମକୁ କ୍ଷେତରେ କାମ କରୁଥିବା କିଛି ଲୋକଙ୍କ ମୃତଦେହ ମିଳିଛି। ସେହିପରି ଗାଁର ୫୦୦ ମିଟର୍ ଭିତରେ ପାଖାପାଖି ୨୦ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଥିବା କୁହାଯାଉଛି, ଯେଉଁମାନେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ। ମଙ୍ଗଳବାର ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ମୃତକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଦିଆଯାଇଥିଲା।

Related story