ପୁଣି ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ପୁଣି ଜଣେ କେନ୍ଦ୍ରମନ୍ତ୍ରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ଜଳ ଶକ୍ତି ମିଶନ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ମୋ ଶରୀରରେ ଅସୁସ୍ଥତା ଅନୁଭବ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି। ଏବେ ଏହା ପଜିଟିଭ ଆସିଛି। ଡାକ୍ତରମାନଙ୍କ ପରାମର୍ଶକ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ତରଫରୁ […]

da

Hemant Lenka
  • Published: Thursday, 20 August 2020
  • , Updated: 20 August 2020, 02:47 PM IST

ନୂଆଦିଲ୍ଲୀ: ପୁଣି ଜଣେ କେନ୍ଦ୍ରମନ୍ତ୍ରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ଜଳ ଶକ୍ତି ମିଶନ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ମୋ ଶରୀରରେ ଅସୁସ୍ଥତା ଅନୁଭବ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି। ଏବେ ଏହା ପଜିଟିଭ ଆସିଛି। ଡାକ୍ତରମାନଙ୍କ ପରାମର୍ଶକ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜ ତରଫରୁ ଆଇସୋଲେସନକୁ ଚାଲି ଯାଆନ୍ତୁ ଓ ନିଜର ପରୀକ୍ଷା କରାଇ ନିଅନ୍ତୁ। ଆପଣମାନେ ସମସ୍ତେ ସୁସ୍ଥ ରୁହନ୍ତୁ ଓ ନିଜର ଧ୍ୟାନ ରଖନ୍ତୁ।”

ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବରିଷ୍ଠ କେନ୍ଦ୍ରମନ୍ତ୍ରୀ ବି କରୋନାରେ ଆକ୍ରାନ୍ତ ହୋଇଥିଲେ।

Related story