ରାଷ୍ଟ୍ରପତିଙ୍କ ଭାଷଣକୁ ଏମିତି ଶୁଣୁଥିଲେ ନେତା ମନ୍ତ୍ରୀ, ସିସିଟିଭିରେ ଧରାପଡ଼ିଲା  ଦୃଶ୍ୟ

ଲକ୍ଷ୍ନୌ: ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ। ଗତ ଗୁରୁବାର ସେ ଲକ୍ଷ୍ନୌ ପହଞ୍ଚିବା ପରେ ୟୁପି ରାଜ୍ୟପାଳ ରାମ ନାଏକ , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ତାଙ୍କର ସ୍ୱାଗତ କରିଥିଲେ ।  ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ଅଭିନ୍ଦନ ଜଣାଇବା ପାଇଁ ୟୁପି ସରକାର ପକ୍ଷରୁ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଏକ ସଭାର ଆୟୋଜନ କରାଯାଇଥିଲା । ସେଠାରେ ୟୁପି ସରକାରଙ୍କ ମନ୍ତ୍ରୀ ଓ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 04:59 PM IST

ଲକ୍ଷ୍ନୌ: ରାମନାଥ କୋବିନ୍ଦ ରାଷ୍ଟ୍ରପତି ହେବା ପରେ ପ୍ରଥମ କରି ଉତ୍ତରପ୍ରଦେଶ ଗସ୍ତରେ ଯାଇଥିଲେ। ଗତ ଗୁରୁବାର ସେ ଲକ୍ଷ୍ନୌ ପହଞ୍ଚିବା ପରେ ୟୁପି ରାଜ୍ୟପାଳ ରାମ ନାଏକ , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ତାଙ୍କର ସ୍ୱାଗତ କରିଥିଲେ ।  ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ଅଭିନ୍ଦନ ଜଣାଇବା ପାଇଁ ୟୁପି ସରକାର ପକ୍ଷରୁ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଏକ ସଭାର ଆୟୋଜନ କରାଯାଇଥିଲା । ସେଠାରେ ୟୁପି ସରକାରଙ୍କ ମନ୍ତ୍ରୀ ଓ ଅଫିସର ରାଷ୍ଟ୍ରପତି କୋବିନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ତାଙ୍କର ଅଭିବାଦନ ରଖିଥିଲେ । ରାଷ୍ଟ୍ରପତି ତାଙ୍କ ଭାଷଣରେ ସଭାଗୃହରେ ଉପସ୍ଥିତ ଥିବା ସମସ୍ତଙ୍କୁ ସମ୍ବୋଧନ କରିଥିଲେ । ରାଷ୍ଟ୍ରପତିଙ୍କ ଭାଷଣ ଶୁଣିବା ପାଇଁ ହଲ ପୁରା ପିନଡ୍ରପ ସାଇଲେଣ୍ଟ ହୋଇଯାଇଥିଲା। । ଲାଗୁଥିଲା ଯେମିତି ସମସ୍ତେ ରାଷ୍ଟ୍ରପତିଙ୍କ ଭାଷଣ ମନ ଧ୍ୟାନ ଦେଇ ଶୁଣୁଛନ୍ତି । କିନ୍ତୁ ଅସଲ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ହଲରେ ଉପସ୍ଥିତ ମନ୍ତ୍ରୀମାନେ ରାଷ୍ଟ୍ରପତିଙ୍କ ଭାଷଣ ଶୁଣିବେ କ’ଣ ସମସ୍ତେ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଥିଲେ ।  ରାଷ୍ଟ୍ରପତିଙ୍କ ଭାଷଣ ଶୁଣିବା ପାଇଁ ୟୁପି ନେତାମାନଙ୍କର କେତେ ଆଗ୍ରହ ରହିଛି ଏଥିରୁ  ସ୍ପଷ୍ଟ ଜଣା ପଡ଼ୁଥିଲା ।

Related story