ଇମ୍ରାନଙ୍କ ବନ୍ଧୁ କରାଇଲେ ହିନ୍ଦୁ ନାବାଳିକାଙ୍କ ଧର୍ମ ପରିବର୍ତ୍ତନ

ଇସଲାମାବାଦ: କରୋନା ମହାମାରୀ ସମୟରେ ମଧ୍ୟ ପାକିସ୍ତାନର ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଚାଲିଛି। ସମସ୍ତ ଧର୍ମକୁ ସମାନ ଅଧିକାରର ନାରା ଦେଇ କ୍ଷମତାରେ ବସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାରାର ଧଜିଆ ଉଡ଼ାଇଛନ୍ତି ସେଠିକାର ସଂଖ୍ୟା ବହୁଳ ସମ୍ପ୍ରଦାୟ। ଭାରତରେ ଅଳ୍ପସଂଖ୍ୟକ ଅସୁରକ୍ଷିତ ବୋଲି ବିଭିନ୍ନ ମଞ୍ଚରେ ମତ ରଖୁଛନ୍ତି ଇମ୍ରାନ୍ ଖାନ୍। ଅନ୍ୟପଟେ ଇମ୍ରାନଙ୍କ ବନ୍ଧୁ ନିଜ ଦେଶରେ କରୁଛନ୍ତି ହିନ୍ଦୁଙ୍କ ଉପରେ ଅତ୍ୟାଚାର। ଜଣେ ୧୩ ବର୍ଷୀୟ ହିନ୍ଦୁ ଝିଅକୁ ଅପହରଣ […]

IMRAN MIANA MITHOO

IMRAN MIANA MITHOO

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 03:42 PM IST

Sports

Latest News

ଇସଲାମାବାଦ: କରୋନା ମହାମାରୀ ସମୟରେ ମଧ୍ୟ ପାକିସ୍ତାନର ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଚାଲିଛି। ସମସ୍ତ ଧର୍ମକୁ ସମାନ ଅଧିକାରର ନାରା ଦେଇ କ୍ଷମତାରେ ବସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାରାର ଧଜିଆ ଉଡ଼ାଇଛନ୍ତି ସେଠିକାର ସଂଖ୍ୟା ବହୁଳ ସମ୍ପ୍ରଦାୟ। ଭାରତରେ ଅଳ୍ପସଂଖ୍ୟକ ଅସୁରକ୍ଷିତ ବୋଲି ବିଭିନ୍ନ ମଞ୍ଚରେ ମତ ରଖୁଛନ୍ତି ଇମ୍ରାନ୍ ଖାନ୍। ଅନ୍ୟପଟେ ଇମ୍ରାନଙ୍କ ବନ୍ଧୁ ନିଜ ଦେଶରେ କରୁଛନ୍ତି ହିନ୍ଦୁଙ୍କ ଉପରେ ଅତ୍ୟାଚାର।

ଜଣେ ୧୩ ବର୍ଷୀୟ ହିନ୍ଦୁ ଝିଅକୁ ଅପହରଣ କରିନେଇ ଧର୍ମପରିବର୍ତ୍ତନ କରାଯାଇଛି। ସିନ୍ଧ ରାଜ୍ୟର ଘୋଟକି ଅଞ୍ଚଳର ବାରଝୁଣ୍ଡିରେ ଏହି ବଳପୂର୍ବକ ଧର୍ମପରିବର୍ତ୍ତନ କରାଯାଇଛି। ଝିଅର ନାମ କବିତା କୁମାରୀ ବୋଲି ସୂଚନା ରହିଛି। ସିନ୍ଧ ପ୍ରାନ୍ତର ମିଆଁ ମିଠୁ କବିତାଙ୍କର ଧର୍ମ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ପୂର୍ବରୁ ଏହି ମିଆଁ ମିଠୁ ଅନେକ ହିନ୍ଦୁ ଝିଅଙ୍କୁ ଅପହରଣ କରି ନେଇ ଧର୍ମ ପରିବର୍ତ୍ତନ କରାଉଥିବାର ଅଭିଯୋଗ ରହିଛି।

ପାକିସ୍ତାନର ମାନବାଧିକାର କର୍ମୀ ରାହତ ଆଁଷ୍ଟିନ କହିଛନ୍ତି, କବିତାଙ୍କୁ ପ୍ରଥମେ ମୁସଲିମ୍ କଟ୍ଟରପନ୍ଥୀମାନେ ଅପହରଣ କରିଥିଲେ। ପରେ ମିଆଁ ମିଠୁକୁ ହସ୍ତାନ୍ତର କରିଥିଲେ। ଏହାପରେ ମିଆଁ ମିଠୁ କବିତାଙ୍କୁ ବଳ ପୂର୍ବକ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଛି। ମିଆଁ ମିଠୁ ହେଉଛି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଘନିଷ୍ଠ ବନ୍ଧୁ। ଇମ୍ରାନଙ୍କ ଶାସନ କାଳ ମଧ୍ୟରେ ମିଆଁ ୧୦୦୦ରୁ ଅଧିକ ଅଳ୍ପ ସଂଖ୍ୟକଙ୍କୁ ବଳପୂର୍ବକ ମୁସଲମାନ୍ ଧର୍ମରେ ପରିବର୍ତ୍ତନ କରାଇଥିବା ସେ କହିଛନ୍ତି।

https://twitter.com/nailainayat/status/1260262000866852865

ମିଆଁ ମିଠୁ ଖାଲି ଇମ୍ରାନଙ୍କ ନିକଟତର ନୁହେଁ ବରଂ ପାକିସ୍ତାନ ସେନାର ମୁଖ୍ୟ ଜାଭେଦ ବାଜଓ୍ୱାଙ୍କ ସହିତ ମଧ୍ୟ ତା'ର ସମ୍ପର୍କ ନିବିଡ। ଅନେକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମିଆଁ ମିଠୁ ପାଖକୁ ବାଜଓ୍ୱା ଆସନ୍ତି ବୋଲି ମାନବାଧିକାର କର୍ମୀ ଆଷ୍ଟିନ୍ କହିଛନ୍ତି।

ମିଆଁ ମିଠୁ ଧର୍ମପରିବର୍ତ୍ତନ ସହିତ ସେକ୍ସ ରାକେଟ ଚଳାଉଥିବାର ପ୍ରମାଣ ରହିଛି। ନିଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ସେନା ରଖିଛି ମିଆଁ ମିଠୁ। ହରମରେ ହଜାରେରୁ ଅଧିକ ସଂଖ୍ୟକ ଯୁବତୀଙ୍କୁ ରଖି ସେକ୍ସ ଧନ୍ଦା ଚଳାଇଥାଏ। ଯେଉଁମାନେ ଅତିଥି ଭାବରେ ଆସନ୍ତି ସେମାନଙ୍କୁ ଖୁସି କରିବା ପାଇଁ ଏହି ଯୁବତୀଙ୍କୁ ମିଆଁ ମିଠୁର ଲୋକମାନେ ନିୟୋଜିତ କରନ୍ତି।

ସୂଚନାଯୋଗ୍ୟ, ୨୦୧୯ରେ ସିନ୍ଧରେ ଘୋଟକି ଜିଲ୍ଲାରେ ଥିବା ହିନ୍ଦୁଙ୍କ ମନ୍ଦିର ଭାଙ୍ଗିଥଲା ମିଆଁ ମିଠୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos