ପୁଲୱାମା ପ୍ରତିଶୋଧ: ୩୦୦ ଆତଙ୍କବାଦୀ ସଫା !

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ହମ୍‌ଲାର ପ୍ରତିଶୋଧ ନେଇଛି ଭାରତ। ଆଜି ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଆଜି ଭୋରରେ ବାୟୁସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଏଥିରେ ୧୦୦୦ କେଜି ଓଜନର ବୋମା ବ୍ୟବହାର କରାଯାଇଥିଲା। ଏଥିରେ ମୁଖ୍ୟତଃ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ )ର ଶିବିର ତଥା ଟ୍ରେନିଂ କ୍ୟାମ୍ପଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ଜୈଶ୍‌ର ବହୁ ଶିବିର ଧ୍ୱଂସ ପାଇଥିବା ବେଳେ ୨୦୦ରୁ […]

700

Tapas Behera
  • Published: Tuesday, 26 February 2019
  • , Updated: 26 February 2019, 11:53 AM IST

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ହମ୍‌ଲାର ପ୍ରତିଶୋଧ ନେଇଛି ଭାରତ। ଆଜି ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଆଜି ଭୋରରେ ବାୟୁସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ଏଥିରେ ୧୦୦୦ କେଜି ଓଜନର ବୋମା ବ୍ୟବହାର କରାଯାଇଥିଲା। ଏଥିରେ ମୁଖ୍ୟତଃ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ (ଜେଇଏମ )ର ଶିବିର ତଥା ଟ୍ରେନିଂ କ୍ୟାମ୍ପଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା। ଏଥିରେ ଜୈଶ୍‌ର ବହୁ ଶିବିର ଧ୍ୱଂସ ପାଇଥିବା ବେଳେ ୨୦୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ମୁଖ୍ୟତଃ ଜୈଶ-ଇ-ମହମ୍ମଦକୁ ଟାର୍ଗେଟ୍ କରି ଏହି ଅପରେସନ୍ କରାଯାଇଥିଲା। ଏଥିରେ ଏହି ସଂଗଠନର ବହୁ ଆତଙ୍କୀ, କମାଣ୍ଡର ଓ ଜିହାଦୀ ନିହତ ହୋଇଛି।

ତେବେ ନିହତ ହୋଇଥିବା ଆତଙ୍କବାଦୀ ସଂଖ୍ୟା ସଂପର୍କରେ ସେ ନିର୍ଦ୍ଦିଷ୍ଟ ଭାବେ କିଛି କହି ନାହାନ୍ତି। ସେହିଭଳି ଏ ଆକ୍ରମଣ କେମିତି କରାଯାଇଥିଲା, ସେ ନେଇ ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି ବୋଲି ବୈଦେଶିକ ସଚିବ କହିଛନ୍ତି।

 

ଭାରତୀୟ ବାୟୁ ସେନା ପକ୍ଷରୁ ୧୨ଟି ମିରାଗ୍‌ ବିମାନ ପକ୍ଷରୁ ବାଲାକୋଟ୍‌, ମୁଜାଫରାବାଦ୍‌ ଏବଂ ଚାକୋଠିରେ ଏହି ଆକ୍ରମଣ କରାଯାଇଥିଲା। ତେବେ ଫକୋସ୍‌ରେ ରହିଥିଲା ବାଲାକୋଟ।

ଭାରତୀୟ ବାୟୁସେନାର ଏହି ଦୁଃସାହସିକ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।  କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଟ୍ୱିଟ୍‌ କରି ଭାରତୀୟ ବାୟୁ ସେନାକୁ ପ୍ରଶଂସା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍‌ କରି ଲେଖଖିଛନ୍ତି ଯେ, IAF also means India's Amazing Fighters. Jai Hind। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୁଁ ଭାରତୀୟ ବାୟୁ ସେନାକୁ ସଲାମ୍‌ କରୁଛି।

Related story