ନେହେରୁଙ୍କ ଏହି ଭୁଲ ପାଇଁ ୭୦ ବର୍ଷ ଧରି ଦେଶ ଭୋଗୁଛି ଭୟଙ୍କର ପରିଣାମ !
ନୂଆଦିଲ୍ଲୀ: ଆଜି ଦେଶ ବ୍ୟାପି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏହି ଦିନ ତାଙ୍କ ଜୟନ୍ତୀର ସ୍ମୁତି ଉଦ୍ଦେଶ୍ୟରେ (ନଭେମ୍ବର-୧୪) ଶିଶୁଦିବସ ମଧ୍ୟ ପାଳନ କରାଯାଉଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ଅନେକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦେଶ ଗଠନରେ ନେହେରୁଙ୍କ ବଳିଷ୍ଠ ଅବଦାନ ରହିଛି ସତ ହେଲେ ତାଙ୍କ ଦ୍ୱାରା ହୋଇ ଥିବା କିଛି ଗୁରତର ଭୁଲ ପାଇଁ ଆଜି ଦେଶକୁ ତା’ର […]
ନୂଆଦିଲ୍ଲୀ: ଆଜି ଦେଶ ବ୍ୟାପି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏହି ଦିନ ତାଙ୍କ ଜୟନ୍ତୀର ସ୍ମୁତି ଉଦ୍ଦେଶ୍ୟରେ (ନଭେମ୍ବର-୧୪) ଶିଶୁଦିବସ ମଧ୍ୟ ପାଳନ କରାଯାଉଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କୁ ଅନେକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦେଶ ଗଠନରେ ନେହେରୁଙ୍କ ବଳିଷ୍ଠ ଅବଦାନ ରହିଛି ସତ ହେଲେ ତାଙ୍କ ଦ୍ୱାରା ହୋଇ ଥିବା କିଛି ଗୁରତର ଭୁଲ ପାଇଁ ଆଜି ଦେଶକୁ ତା’ର କୁ ପରିମାଣ ଭୋଗିବାକୁ ପଡ଼ୁଛି। ତେବେ ନେହେରୁ ଏମିତି କ’ଣ ତ୍ରୁଟି କରିଥିଲେ ଆସନ୍ତୁ ସେ ସମ୍ପର୍କରେ କିଛି ତଥ୍ୟ ଜାଣିବା।କୁହାଯାଏ ନେହେରୁଙ୍କ ଭୁଲ ନୀତି ପାଇଁ ଦେଶ ଆଜି ପର୍ଯ୍ୟନ୍ତ କାଶ୍ମୀର ସମସ୍ୟାରୁ ମୁକୁଳି ପାରୁ ନାହିଁ।
ଯେତେବଳେ ଭାରତ ସ୍ୱାଧୀନ ହେଲା ସେତେବଳେ ୫୬୫ ଗଡ଼ଜାତ ରାଜ୍ୟ ବି ସ୍ୱଧୀନ ହୋଇଥିଲା। ସେସମୟରେ ଉକ୍ତ ଗଡ଼ଜାତ ରାଜ୍ୟର ରାଜାଙ୍କ ସାମ୍ନାରେ ବିକଳ୍ପ ଥିଲା। ଯେଉଁମାନେ ଚାହିଁବେ ଭାରତ କି ପାକିସ୍ତାନରେ ସାମିଲ ହେବା ନେଇ ଇଚ୍ଛାଧୀନ ବ୍ୟାପାର ଥିଲା। କିନ୍ତୁ କାଶ୍ମୀର ରାଜା ହରି ସିଂହ ଜାମ୍ମୁ କାଶ୍ମୀରକୁ ସ୍ୱାଧୀନ ରାଜ୍ୟ ଭାବେ ନିଜ ହାତରେ ରଖିବାକୁ ଚାହିଁଲେ। ଏହି କାରଣରୁ ୧୯୪୭ ଅଗଷ୍ଟ ୧୫ ପରେ ମଧ୍ୟ ଜାମ୍ମୁ କାଶ୍ମୀରକୁ ନେଇ କୌଣସି ନିର୍ଣ୍ଣୟ ହୋଇପାରି ନ ଥିଲା। ସେପଟେ ପାକିସ୍ତାନ କାଶ୍ମୀରକୁ ଅକ୍ତିଆର କରିବା ନେଇ ଯୋଜନା ଆରମ୍ଭ କରିଦେଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ, ପାକ୍ର ଅନୁପ୍ରବେଶ ଏବଂ ଆକ୍ରମଣ ନୀତି ଦେଖି ରାଜା ହରି ସିଂହ ବିଚଳିତ ହୋଇ ପଡ଼ିଥିଲେ। ଧିରେ ଧିରେ ଜାମ୍ମୁ କାଶ୍ମୀର ନିଜ ହାତରୁ ଚାଲିଯାଉଥିବା ହରି ସିଂହ ଅନୁଭବ କଲେ। ୨୩ ଅକ୍ଟୋବର ୧୯୪୭ରେ ପାକିସ୍ତାନ ଅଚାନକ୍ ଜାମ୍ମୁ କାଶ୍ମୀର ଉପରେ ଆକ୍ରମଣ କରିଦେଲା। ଫଳରେ ରାଜା ହରି ସିଂହ କୌଣସି ଉପାୟ ନ ପାଇ ନିଜ ରାଜ୍ୟକୁ ରକ୍ଷା ପାଇଁ ଭାରତର ଶରଣ ପଶିଲେ। ସେତେବେଳେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଲୋଚନା ବେଳେ ଭାରତରେ ଜାମ୍ମୁ କାଶ୍ମୀର ବିଲୟ ପାଇଁ ସର୍ତ୍ତ ରହିଲା।
ଆଉ ଏଥିରେ ରାଜା ହରି ସିଂହ ମଧ୍ୟ ସମ୍ମତି ପ୍ରଦାନ କଲେ। ପରେ ଯୁଦ୍ଧ ପାଇଁ ଭାରତୀୟ ସେନା ବାହିନୀ ପ୍ରସ୍ତୁତ ହେଲା। ଯୋଜନା ଅନୁଯାୟୀ ଜାମ୍ମୁ କାଶ୍ମୀର ଅଭିମୁଖେ ସେନା ଯାତ୍ରା କଲା । ସେଠାରେ ଶତ୍ରୁ ନିପାତକୁ ଅଭିଯାନକୁ ଯୋରଦାର କରାଯାଇ ଭାରତୀୟ ସେନାକକୁ ଅଧିକ ସଫଳତା ମଧ୍ୟ ମିଳି ଥିଲା। ଚାଲୁଥିବା ଯୁଦ୍ଧ ମଝିରେ ରୋକ୍ ଲଗାଇଥିଲେ ନେହେରୁ। ଏହି ବିବାଦ ଜାତିସଂଘରେ ସମାଧାନ ହେବ ବୋଲି ନେହେରୁ ଘୋଷଣା କରିଦେଲେ। ସେତେବଳେ ଲର୍ଡ଼ ମାଉଣ୍ଟ ବ୍ୟାଟେନଙ୍କ ପରାମର୍ଶରେ ନେହେରୁ ୧୯୪୭ ଡିସେମ୍ବର ୩୧ରେ ପାକିସ୍ତାନ ବିରୋଧରେ ଜାତିସଂଘରେ ଦ୍ୱାରସ୍ତ ହେଲେ। ଏହା ପରେ କାଶ୍ମୀର ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଗଳା। ସେପଟେ ଜାତି ସଂଘରେ ସୁରକ୍ଷା ପରିଷଦକୁ ନେଇ ଆମେରିକା ଏବଂ ବ୍ରିଟେନ ନିଜ ନିଜ ରାଜନୈତିକ ଫାଇଦା ପାଇଁ ଲାଗିଗଲେ। ଫଳରେ ଭାରତକୁ ଅନେକ କ୍ଷତି ସହିବାକୁ ପଡ଼ିଲା। ଖୋଦ ନେହେରୁ ମଧ୍ୟ ଅବସୋସ ଅନୁଭବ କଲେ। ବହୁ ବର୍ଷ ପରେ ଯେତେବେଳେ ଜାତିସଂଘ ପକ୍ଷରୁ କାଶ୍ମୀର ସମସ୍ୟାକୁ ନେଇ ନେହେରୁଙ୍କୁ ମଧ୍ୟସ୍ତତା ସମ୍ପର୍କରେ ପ୍ରଶ୍ନ କରାଗଲା ସେ ଏହି ପ୍ରସ୍ତବାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେବେଠାରୁ ଦୀର୍ଘ ୭୦ ବର୍ଷ ଧରି ଏହି ମାମଲା ଜାତିସଂଘରେ ଝୁଲି ରହିଲା। ଯଦିଓ ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଡ଼ି ହୋଇ ରହିଛି ତଥାପି ପାକିସ୍ତାନ ସହ ଟଣାଓଟରା ପରିସ୍ଥିତି ଜାରି ରହିଛି। ଆଜିବି ସୀମାରେ ଅନେକ ସୈନ୍ୟଙ୍କ ଜୀବନ ଯାଉଛି।