ଅକ୍ଟୋବର ୧ରୁ କମିବ ମୋବାଇଲ୍‌ କଲ୍‌ ଚାର୍ଜ

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତା ପାଇଁ ଖୁସି ଖବର। ଅକ୍ଟୋବର ୧ ତାରିଖରୁ ମୋବାଇଲ ଉପଭୋକ୍ତାଙ୍କୁ ଟକ୍‌ଟାଇମ ପାଇଁ ଆଉ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ। କାରଣ ମୋବାଇଲରେ କଥା ହେବା ଶସ୍ତା ହେବାକୁ ଯାଉଛି। ଟେଲିକମ୍‌ ରେଗୁଲେଟାରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ମୋବାଇଲ୍‌ କଲ୍‌ରେ ଇଣ୍ଟରକନେକ୍ଟ ୟୁଜେସ୍‌ ଚାର୍ଜ (ଆଇୟୁସି) କମାଇ ଦେଇଛି। ଅକ୍ଟୋବର ୧ରୁ ଆଇୟୁସି ୧୪ ପ୍ରତିଶତରୁ କମାଇ ୬ ପ୍ରତିଶତ କରିଦିଆଯିବ ବୋଲି ଟ୍ରାଇ ପକ୍ଷରୁ ଘୋଷଣା କରାଯାଇଛି। ଏହା […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 10:15 AM IST

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତା ପାଇଁ ଖୁସି ଖବର। ଅକ୍ଟୋବର ୧ ତାରିଖରୁ ମୋବାଇଲ ଉପଭୋକ୍ତାଙ୍କୁ ଟକ୍‌ଟାଇମ ପାଇଁ ଆଉ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ। କାରଣ ମୋବାଇଲରେ କଥା ହେବା ଶସ୍ତା ହେବାକୁ ଯାଉଛି। ଟେଲିକମ୍‌ ରେଗୁଲେଟାରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ମୋବାଇଲ୍‌ କଲ୍‌ରେ ଇଣ୍ଟରକନେକ୍ଟ ୟୁଜେସ୍‌ ଚାର୍ଜ (ଆଇୟୁସି) କମାଇ ଦେଇଛି।

ଅକ୍ଟୋବର ୧ରୁ ଆଇୟୁସି ୧୪ ପ୍ରତିଶତରୁ କମାଇ ୬ ପ୍ରତିଶତ କରିଦିଆଯିବ ବୋଲି ଟ୍ରାଇ ପକ୍ଷରୁ ଘୋଷଣା କରାଯାଇଛି। ଏହା ଲାଗୁ ହେବା ପରେ ମୋବାଇଲ୍‌ କଲ୍‌ର ଚାର୍ଜ କମିଯିବ।

ସୂଚନାଯୋଗ୍ୟ, ୨୦୨୦ ଜାନୁଆରୀ ୧ରୁ ମୋବାଇଲ କଲ୍‌କୁ ଆଇୟୁସି ମୁକ୍ତ କରିବାକୁ ଟ୍ରାଇ ଯୋଜନା କରିଛି।

Related story