୧୩ଟି ଜିଲ୍ଲାରେ ଇଣ୍ଟରନେଟ୍ ଠପ୍: ଯେକୌଣସି ପରିସ୍ଥିତି ପାଇଁ ସଜାଗ ପୋଲିସ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଆଣାର ୧୩ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରବିବାର ରାତି ୧୨ଟା ପର୍ଯ୍ୟନ୍ତ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଆସନ୍ତାକାଲି ଅଲଇଣ୍ଡିଆ ଜାଟ୍ ଆରକ୍ଷଣ ସଂଘର୍ଷ ସମିତି ପକ୍ଷରୁ ରୋହତକ ଜିଲାରେ ରାଲି କରାଯିବ। ସେହିପରି କୁରୁକ୍ଷେତ୍ର ବିଜେପି ସାଂସଦ ରାଜକୁମାର ସାଇନି ଜିଣ୍ଡରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ରାଜକୁମାର ସାଇନିଙ୍କ ରାଲିକୁ […]
rohtak-agitation-blocked-panipat-rohtak-national-highway_5e940812-d1a6-11e7-a40e-766ee48c25bf
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହରିଆଣାର ୧୩ଟି ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରବିବାର ରାତି ୧୨ଟା ପର୍ଯ୍ୟନ୍ତ ମୋବାଇଲରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଆସନ୍ତାକାଲି ଅଲଇଣ୍ଡିଆ ଜାଟ୍ ଆରକ୍ଷଣ ସଂଘର୍ଷ ସମିତି ପକ୍ଷରୁ ରୋହତକ ଜିଲାରେ ରାଲି କରାଯିବ। ସେହିପରି କୁରୁକ୍ଷେତ୍ର ବିଜେପି ସାଂସଦ ରାଜକୁମାର ସାଇନି ଜିଣ୍ଡରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ରାଜକୁମାର ସାଇନିଙ୍କ ରାଲିକୁ ବିରୋଧ କରି ଗତକାଲି ଜାଟମାନେ ପ୍ରତିବାଦ କରିଥିଲେ। ଏହାକୁ ନେଇ ସେମାନଙ୍କର ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏପରିକି ଜାଟମାନେ ଜିଣ୍ଡ- ଚଣ୍ଡିଗଡ ରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିଥିଲେ।