ମୋବାଇଲ୍ ନମ୍ବର ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ । ଏବେ ସବୁ ମୋବାଇଲ ନମ୍ବରକୁ ଆଧାର ନମ୍ବର ସହ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି । ଏନେଇ ଟେଲିକମ୍ ମନ୍ତ୍ରଣାଳୟ ଏବେ ସମସ୍ତ ଟେଲିକମ୍ କମ୍ପାନୀ ନିକଟକୁ ଏକ ନୋଟିସ୍ ପଠାଇଛନ୍ତି। ଏହି ପ୍ରକ୍ରିୟା ୬ଫ୍ରେବ୍ରୁଆରୀ ୨୦୧୮ ଭିତରେ ଶେଷ ହେବ । ଯଦି ଏହି ସମୟ ଭିତ୍ତରେ ମୋବାଇଲ୍ ୟୁଜର୍ସ ତାଙ୍କ ନମ୍ବର ସହ ଆଧାରକୁ ନଯୋଡନ୍ତି ତେବେ ତାଙ୍କ ମୋବାଇଲ ନମ୍ବର ଅକାମୀ ହୋଇଯିବ ।
ଅନ୍ୟପଟେ ଯଦି ଆପଣ ପ୍ୟାନ୍ ନମ୍ବରକୁ ଆଧାର କାର୍ଡ ସହ ଯୋଡି ନାହାଁନ୍ତି, ତାହାଲେ ଡିସେମ୍ବର ୩୧ ସୁଦ୍ଧା ଏହାକୁ ଯୋଡି ଦିଅନ୍ତୁ । କାରଣ ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣରେ, ପ୍ୟାନ ପାଇଁ ଆଧାର ନମ୍ବର ନିତ୍ୟାନ୍ତ ଆବଶ୍ୟକ ବୋଲି ସରକାର ନିଷ୍ପତି ନେଇଛନ୍ତି । ସରକାର ସମସ୍ତ ଆର୍ଥିକ କାରବାରରେ ଆଧାର ନମ୍ବରକୁ ବ୍ୟବହାର କରିବା ପାଇଁ ଯୋଜନା ରଖିଛନ୍ତି । ପୂର୍ବରୁ ସମ୍ପତ୍ତି କିଣାବିକା ଓ ବ୍ୟାଙ୍କ ଖାତା ଖୋଲିବା ଆଦି ପାଇଁ ପ୍ୟାନ୍ ନମ୍ବର ଆବଶ୍ୟକ ହେଉଥିଲା। ଏବେ କିନ୍ତୁ ଏହି ପ୍ୟାନ୍ ନମ୍ବରକୁ ଆଧାର ନମ୍ବର ସହିତ ଯୋଡିବାକୁ ହେବ।