ଏଣିକି ଗାଡି ଡ୍ରାଇଭିଂ ବେଳେ ଫୋନ୍‌ ବ୍ୟବହାର କଲେ ରଦ୍ଦ ହେବ ଲାଇସେନ୍ସ

ରାଜସ୍ଥାନ: ଏଣିକି ଗାଡି ଡ୍ରାଇଭିଂ ବେଳେ ମୋବାଇଲ ଫୋନ୍‌ ବ୍ୟବହାର କଲେ ରଦ୍ଦ ହେବ ଲାଇସେନ୍ସ। ରାଜସ୍ଥାନ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗାଡ଼ି ଡ୍ରାଇଭିଂ ବେଳେ ମୋବାଇଲ ଫୋନଜନିତ ଦୁର୍ଘଟଣା ବଢୁଥିବାରୁ ଏହାକୁ ରୋକିବା ପାଇଁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଅର୍ଥାତ ଯେଉଁମାନେ ଗାଡ଼ି ଡ୍ରାଇଭିଂ ବେଳେ ମୋବାଇଲରେ କଥା ହେଉଥିବେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଦିଆଯିବ। ହାଇକୋର୍ଟ କହିଛନ୍ତି ଯେ, ଗାଡି ଚଲେଇବା ସମୟରେ ଯେଉଁମାନେ ମୋବାଇଲ ବ୍ୟବହାର କରୁଥିବେ […]

driving_22_1525510116_618x347

Rakesh Mallick
  • Published: Saturday, 05 May 2018
  • , Updated: 05 May 2018, 06:39 PM IST

ରାଜସ୍ଥାନ: ଏଣିକି ଗାଡି ଡ୍ରାଇଭିଂ ବେଳେ ମୋବାଇଲ ଫୋନ୍‌ ବ୍ୟବହାର କଲେ ରଦ୍ଦ ହେବ ଲାଇସେନ୍ସ। ରାଜସ୍ଥାନ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗାଡ଼ି ଡ୍ରାଇଭିଂ ବେଳେ ମୋବାଇଲ ଫୋନଜନିତ ଦୁର୍ଘଟଣା ବଢୁଥିବାରୁ ଏହାକୁ ରୋକିବା ପାଇଁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଅର୍ଥାତ ଯେଉଁମାନେ ଗାଡ଼ି ଡ୍ରାଇଭିଂ ବେଳେ ମୋବାଇଲରେ କଥା ହେଉଥିବେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଦିଆଯିବ।

ହାଇକୋର୍ଟ କହିଛନ୍ତି ଯେ, ଗାଡି ଚଲେଇବା ସମୟରେ ଯେଉଁମାନେ ମୋବାଇଲ ବ୍ୟବହାର କରୁଥିବେ ସେମାନଙ୍କ ଫଟୋକୁ ଟ୍ରାଫିକ୍‌ ପୋଲିସ ଉଠାଇ  RTOକୁ ପଠାଇବେ। ପରେ  RTO ଏହି ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିବେ। ରାଜସ୍ଥାନର ଆଡିସ୍‌ନାଲ୍‌ କମିସନର ଅଫ ପୋଲିସ୍‌ (ଟ୍ରାଫିକ୍‌)ର ଅଭିଯୋଗ ପରେ ହାଇକୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ପୋଲିସ୍‌ ଅଧିକାରୀଙ୍କ ପକ୍ଷରୁ କୋର୍ଟରେ ଅଭିଯୋଗ ହୋଇଥିଲା ଯେ, ଗାଡ଼ି ଚଲେଇବା ସମୟରେ ଅଧିକାଂଶ ଲୋକ ଫୋନ୍‌ରେ କଥା ହେଉଛନ୍ତି। ସେଥିପାଇଁ ଜଷ୍ଟିସ୍‌ ଗୋପାଲ କୃଷ୍ଣ ବ୍ୟାସ ଓ ରାମଚନ୍ଦ୍ର ସିଂହ ଏହି ନିୟମକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମୁତାବକ ଗାଡିଚଲାଉଥିବା ସମୟରେ ଫୋନ୍‌ ବ୍ୟବହାର କଲେ ଦୁର୍ଘଟଣା  ସମ୍ଭାବନା ୪ ଗୁଣ ବଢ଼ିଯାଏ।

Related story