ଏପ୍ରିଲ ୧୧ରେ ରିଲିଜ୍‌ ହେବ ମୋଦିଙ୍କ ବାୟୋପିକ୍‌, ସୁପ୍ରିମକୋର୍ଟରେ କଂଗ୍ରେସ ନିରାଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍‌ ଫିଲ୍କ ‘ପିଏମ ନରେନ୍ଦ୍ର ମୋଦି’ ଆସନ୍ତା ୧୧ ତାରିଖରେ ରିଲିଜ୍‌ ହେବ। ଦେଶରେ ନିର୍ବାଚନ ଚାଲିଥିବାରୁ ଏଭଳି ପ୍ରଚାରଭିତ୍ତିକ ଫିଲ୍ମ ରିଲିଜ୍‌ ନକରିବାକୁ ବିରୋଧୀ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଶେଷରେ ନିରାଶ ହୋଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। କଂଗ୍ରେସ ନେତା ଅମନ ପାନୱାରଙ୍କ ପକ୍ଷରୁ ଆଜି କୋର୍ଟରେ ବରିଷ୍ଠ […]

rt

Hemant Lenka
  • Published: Monday, 08 April 2019
  • , Updated: 08 April 2019, 09:33 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍‌ ଫିଲ୍କ ‘ପିଏମ ନରେନ୍ଦ୍ର ମୋଦି’ ଆସନ୍ତା ୧୧ ତାରିଖରେ ରିଲିଜ୍‌ ହେବ। ଦେଶରେ ନିର୍ବାଚନ ଚାଲିଥିବାରୁ ଏଭଳି ପ୍ରଚାରଭିତ୍ତିକ ଫିଲ୍ମ ରିଲିଜ୍‌ ନକରିବାକୁ ବିରୋଧୀ ଦଳଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଶେଷରେ ନିରାଶ ହୋଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି।

କଂଗ୍ରେସ ନେତା ଅମନ ପାନୱାରଙ୍କ ପକ୍ଷରୁ ଆଜି କୋର୍ଟରେ ବରିଷ୍ଠ ଓକିଲ ଅଭିଷେକ ମନୁସିଂଘଭୀ ଫିଲ୍ମ ବିରୋଧରେ ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ ଜଷ୍ଟିସ୍‌ ଗୋଗୋଇ କହିଥିଲେ, “ଆମେ ଫିଲ୍ମ ଦେଖିନାହୁଁ। ଏଥିରେ ଥିବା ବିଷୟବସ୍ତୁ କଥା ଜାଣିନାହୁଁ। ଏପରି ସ୍ଥିତିରେ ଆମେ କେମିତି ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବୁ?”

ଅଭିଷେକ ସିଂଘଭୀ କହିଥିଲେ, “ନିର୍ବାଚନ ବେଳେ ଏଭଳି ଫିଲ୍ମ ରିଲିଜ୍‌ ହେବା ଠିକ୍‌ ନୁହେଁ। ୪୦ ଦିନ ହେଲା ଫିଲ୍ମକୁ ନେଇ ପ୍ରଚାର ଚାଲିଛି। ଏହା ରିଲିଜ୍‌ ହେଲେ ଦେଶର ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ ସଦୃଶ ହେବ। କାରଣ ଏବେ ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। କେହି ବି ଫିଲ୍ମ ଦେଖିନାହାନ୍ତି ସତ, କିନ୍ତୁ ଫିଲ୍ମଟି ରିଲିଜ୍‌ ହେଲେ, ଏହାକୁ କିଏ କେମିତି ଅଟକାଇବ? ତେଣୁ କୋର୍ଟ ଏହାକୁ ବିଚାରକୁ ନିଅନ୍ତୁ।”

ଏହାପରେ କୋର୍ଟ କହିଥିଲେ, ଆବେଦନକାରୀ ପ୍ରଥମେ ଫିଲ୍ମ ଦେଖନ୍ତୁ। ଏହାପରେ ସେ ସୋମବାର ସୁଦ୍ଧା ସମ୍ଭବ ହେଲେ ଏହା ବିରୋଧରେ ଆବେଦନ କରିପାରିବେ। ତେବେ ଆବେଦନରେ କେଉଁ ଭାଗରେ ଆପତ୍ତି ରହିଛି, ସେକଥା ଉଲ୍ଲେଖ କରିବାକୁ ପଡ଼ିବ। ଏଥିସହ ଫିଲ୍ମରେ ଥିବା ବିଷୟବସ୍ତୁ କେମିତି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି, ସେକଥା ମଧ୍ୟ କହିବେ।”

ଏହା ଶୁଣି ସିଂଘଭୀ କହିଥିଲେ ଯେ “ କୋର୍ଟ ତା’ହେଲେ ଫିଲ୍ମର ପ୍ରଯୋଜକଙ୍କୁ ସିନେମାର ଏକ କପି ଆବେଦନକାରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ।” ଜଷ୍ଟିସ୍‌ ଗୋଗୋଇ କହିଥିଲେ, “ଆମେ କେମିତି ଏଭଳି ନିର୍ଦ୍ଦେଶ ଦେବୁ? ଏହା ଆମ କ୍ଷମତା ବାହାରେ।”

ଶେଷରେ କଂଗ୍ରେସ କୋର୍ଟରୁ ନିରାଶ ହୋଇ ଫେରିଛି। ଫିଲ୍ମଟି ଗତ ୫ ତାରିଖରେ ରିଲିଜ୍‌ ହେବାର ଥିଲା। କିନ୍ତୁ ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ ହୋଇଥିବାରୁ ଏହାକୁ ୧୧କୁ ଘୁଞ୍ଚାଯାଇଥିଲା। ଏବେ ଏହାର ରିଲିଜ୍‌ ପାଇଁ ବାଟ ଫିଟିଛି। ଆସନ୍ତା ୧୧ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ହେବ। ସେହି ଦିନ ହିଁ ମୋଦିଙ୍କ ବାୟୋପିକ୍‌ ରିଲିଜ୍‌ ହେବ।

Related story