୫ ନୁହେଁ ୧୨ରେ ରିଲିଜ୍‌ ହେବ ମୋଦିଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ବଲିଉଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ରିଲିଜ୍‌ ତାରିଖରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଏହା ଏପ୍ରିଲ ୫ରେ ରିଲିଜ୍‌ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଏବେ ଏହା ୧୨ ତାରିଖକୁ ଘୁଞ୍ଚିଯାଇଛି। ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ମୋଦିଙ୍କ ସପକ୍ଷରେ ଫିଲ୍ମ ରିଲିଜ୍‌ ନ କରିବାକୁ ବିରୋଧୀ ଦାବି କରିଥିଲେ। ତେବେ ବିରୋଧୀଙ୍କ ସବୁ ଦାବିକୁ ନିର୍ବାଚନ କମିଶନ ଖାରଜ କରିବା ସହ […]

mo

Hemant Lenka
  • Published: Wednesday, 03 April 2019
  • , Updated: 03 April 2019, 10:09 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ ବଲିଉଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ର ରିଲିଜ୍‌ ତାରିଖରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଏହା ଏପ୍ରିଲ ୫ରେ ରିଲିଜ୍‌ ହେବାର କାର୍ଯ୍ୟକ୍ରମ ଥିବା ବେଳେ ଏବେ ଏହା ୧୨ ତାରିଖକୁ ଘୁଞ୍ଚିଯାଇଛି।

ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ମୋଦିଙ୍କ ସପକ୍ଷରେ ଫିଲ୍ମ ରିଲିଜ୍‌ ନ କରିବାକୁ ବିରୋଧୀ ଦାବି କରିଥିଲେ। ତେବେ ବିରୋଧୀଙ୍କ ସବୁ ଦାବିକୁ ନିର୍ବାଚନ କମିଶନ ଖାରଜ କରିବା ସହ ଫିଲ୍ମ ରିଲିଜ୍‌କୁ ସବୁଜ ସଙ୍କେତ ଦେଇଥିଲେ।

ବିରୋଧୀ ଦଳଗୁଡ଼ିକ ଗତକାଲି ବମ୍ବେ ହାଇକୋର୍ଟରେ ଫିଲ୍ମର ରିଲିଜ ରୋକିବାକୁ ଆବେଦନ କରିଥିଲେ। ଏହା ମଧ୍ୟ ଖାରଜ ହୋଇଥିଲା। ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନକାରୀ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ଏହା ୧୨ ତାରିଖରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ।

Related story