ମୋଦିଙ୍କ ଜନ୍ମ ଦିନରେ କଟା ଗଲା ବିଶାଳ ପିରାମିଡ କେକ୍

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୭ତମ ଜନ୍ମଦିନ। ଏହି ଅବସରରେ ମୋଦିଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସୁରତର ଏକ ବେକେରୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ କଟାଯାଇଛି ଏକ ବିଶାଳ ପିରାମିଡ କେକ୍।  ଏହା ବିଶ୍ୱର ସବୁଠ ଲମ୍ବା କେକ୍ ବୋଲି ଦାବି କରାଯାଇଛି।  ଏଥିସହ ଗିନିଜ ବୁକ୍ ଅଫ୍‌ ରେକର୍ଡରେ ଏହା ସ୍ଥାନ ପାଇବ ବୋଲି ଆୟୋଜକ ଆଶା ରଖିଛନ୍ତି। ଏହି କେକ୍ ନିର୍ମାଣ କରିଛନ୍ତି ୨୦ଜଣ ସେଫ୍।  ମହିଳା ସଶକ୍ତୀକରଣ ଉଦ୍ଦେଶ୍ୟରେ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 12:38 PM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୭ତମ ଜନ୍ମଦିନ। ଏହି ଅବସରରେ ମୋଦିଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ସୁରତର ଏକ ବେକେରୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ କଟାଯାଇଛି ଏକ ବିଶାଳ ପିରାମିଡ କେକ୍।  ଏହା ବିଶ୍ୱର ସବୁଠ ଲମ୍ବା କେକ୍ ବୋଲି ଦାବି କରାଯାଇଛି।  ଏଥିସହ ଗିନିଜ ବୁକ୍ ଅଫ୍‌ ରେକର୍ଡରେ ଏହା ସ୍ଥାନ ପାଇବ ବୋଲି ଆୟୋଜକ ଆଶା ରଖିଛନ୍ତି।

ଏହି କେକ୍ ନିର୍ମାଣ କରିଛନ୍ତି ୨୦ଜଣ ସେଫ୍।  ମହିଳା ସଶକ୍ତୀକରଣ ଉଦ୍ଦେଶ୍ୟରେ ଏହି କେକ୍ ଉପରେ ମୋଦିଙ୍କ ଅଭିଯାନ ବେଟ୍ଟି ବଚାଓ, ବେଟି ପଢାଓ ସହ ବିଭିନ୍ନ ପ୍ରକଳ୍ପ ସ୍ଥାନ ପାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଟ୍ୱିଟରରେ ଜଣାଇଛନ୍ତି।

Related story