ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ଦୀପାବଳି। ସାରା ଦେଶରେ ଉତ୍ସାହର ମାହୋଲ। ସମସ୍ତେ ସନ୍ଧ୍ୟାରେ ବାଣ ଫୁଟାଇ ଦୀପାବଳି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି ସ୍ଥିତିରେ ପରିବାର ଠାରୁ ଦୂରରେ ରହି ଆମ ସୁରକ୍ଷାକୁ ସୁରକ୍ଷିତ କରୁଥିବା ବୀର ଯବାନଙ୍କ କଥା ଭୁଲିଯିବା ଉଚିତ ନୁହେଁ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରି ଦେଖାଇଛନ୍ତି। ଜମ୍ମୁ-କଶ୍ମୀର ସୀମାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିବେ। ଏଥିପାଇଁ ସେ ଜମ୍ମୁ-କାଶ୍ମୀରର ଗୁରେଜ ସେକ୍ଟରରେ ପହଞ୍ଚିଛନ୍ତି। ଏହାସହ […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 12:43 PM IST

ନୂଆଦିଲ୍ଲୀ: ଆଜି ଦୀପାବଳି। ସାରା ଦେଶରେ ଉତ୍ସାହର ମାହୋଲ। ସମସ୍ତେ ସନ୍ଧ୍ୟାରେ ବାଣ ଫୁଟାଇ ଦୀପାବଳି ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି ସ୍ଥିତିରେ ପରିବାର ଠାରୁ ଦୂରରେ ରହି ଆମ ସୁରକ୍ଷାକୁ ସୁରକ୍ଷିତ କରୁଥିବା ବୀର ଯବାନଙ୍କ କଥା ଭୁଲିଯିବା ଉଚିତ ନୁହେଁ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରି ଦେଖାଇଛନ୍ତି। ଜମ୍ମୁ-କଶ୍ମୀର ସୀମାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିବେ। ଏଥିପାଇଁ ସେ ଜମ୍ମୁ-କାଶ୍ମୀରର ଗୁରେଜ ସେକ୍ଟରରେ ପହଞ୍ଚିଛନ୍ତି। ଏହାସହ ମୋଦି ଦେଶବାସୀଙ୍କୁ ଦିପାବଳୀର ଅଭିନନ୍ଦନ ଜଣାଇଛନ୍ତି।

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ରମନାଥ କୋଭିନ୍ଦ ମଧ୍ୟ ଦେଶବାସୀଙ୍କୁ ଦିପାବଳୀର ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି- “ସମସ୍ତ ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା। ଅନ୍ୟ ପ୍ରତି ସମ୍ବେଦନଶୀଳ ଓ ପରିବେଶ ପ୍ରତି ସଚେତନ ରହି ଦୀପାବଳି ମନାନ୍ତୁ’।

ଆଣ୍ଡାମାନରେ ଦୀପାବଳି ପାଳିବେ ସୁରକ୍ଷା ମନ୍ତ୍ରୀ

ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରାମ ଆଣ୍ଡାମାନ-ନିକୋବରରେ ତିନି ସେନାର ଯବାନଙ୍କ ସହ ଦୀପାବଳି ମନାଇବେ। ଏହି ଅବସରରେ ସେ ଯବାନମାନଙ୍କ ପରିବାରବର୍ଗ ଓ ସମ୍ପର୍କୀୟଙ୍କ ସହ ମିଶିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Related story