ମୋଦି ଧ୍ରୁତରାଷ୍ଟ୍ର, ଅମିତ ଶାହ ଦୁର୍ଯୋଧନ: ଲାଲୁ

ନୂଆଦିଲ୍ଲୀ: ବିହାର ନିର୍ବାଚନ ଯେତିକି ପାଖେଇ  ଆସୁଛି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେମିତି ବଢିବାରେ ଲାଗିଛି । ସାଧାରଣ ସଭା ହେଉ ଅବା ସୋସିଆଲ ମିଡିଆ ବିଭିନ୍ନ ଦଳ ଅନ୍ୟ ଦଳର ନେତାଙ୍କ ଗୋଡ ଟାଣିବାରେ ଲାଗିଛନ୍ତି । ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବ ଟ୍ୱିଟର ମାଧ୍ୟମରେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଆଜି ଲାଲୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  କଳିଯୁଗର ଧ୍ରୁତରାଷ୍ଟ୍ର ଏବଂ ଅମିତ ଶାହଙ୍କୁ ଦୁର୍ଯୋଧନ […]

lalu

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 11:02 AM IST

ନୂଆଦିଲ୍ଲୀ: ବିହାର ନିର୍ବାଚନ ଯେତିକି ପାଖେଇ  ଆସୁଛି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେମିତି ବଢିବାରେ ଲାଗିଛି । ସାଧାରଣ ସଭା ହେଉ ଅବା ସୋସିଆଲ ମିଡିଆ ବିଭିନ୍ନ ଦଳ ଅନ୍ୟ ଦଳର ନେତାଙ୍କ ଗୋଡ ଟାଣିବାରେ ଲାଗିଛନ୍ତି । ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବ ଟ୍ୱିଟର ମାଧ୍ୟମରେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଆଜି ଲାଲୁ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  କଳିଯୁଗର ଧ୍ରୁତରାଷ୍ଟ୍ର ଏବଂ ଅମିତ ଶାହଙ୍କୁ ଦୁର୍ଯୋଧନ ବୋଲି ଆକ୍ଷା ଦେଇଛନ୍ତି । ଲାଲୁ ଆଜି ଗୋଟିଏ ପରେ ଗୋଟିଏ ୩ଟି ଟ୍ୱିଟ୍ କରି ଲେଖିଛନ୍ତି ହସ୍ତିନାପୁରରେ ବସିଥିବା କଳିଯୁଗର ଧ୍ରୁତରାଷ୍ଟ୍ର  କେବଳ ଅନ୍ଧ ନୁହନ୍ତି ବଧିର ଓ ମୁକ ମଧ୍ୟ । ସୂଚନାଯୋଗ୍ୟ, ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅ ତେଜ ପ୍ରତାପଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ମହୁଆ ଯାଇଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଗୋଟିଏ ମଞ୍ଚରେ ପ୍ରଚାର କରିବା ଉପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ, ମୁଁ ସୋନିଆଙ୍କ ସହ ଗୋଟିଏ ମଞ୍ଚରେ ସାମିଲ ହେବି ନାହିଁ । ସମସ୍ତେ ଅଲଗା ଅଲଗା ପ୍ରଚାର କରିବେ ବୋଲି ଲାଲୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆରାଜେଡି ପ୍ରମୁଖ ଗୋମାଂସକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗ୍ରେସ ନେତୃତ୍ୱ ଅସନ୍ତୁଷ୍ଠ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୋନିଆ ଓ ରାହୁଲ ଲାଲୁଙ୍କ ସହ ଗୋଟିଏ ମଞ୍ଚରେ ପ୍ରଚାର ନ କରିବାକୁ ଫୈସାଲା କରିଛନ୍ତି । ରବିବାର ଲାଲୁ ଟ୍ୱିଟରେ ଲେଖିଥିଲେ, ବିଦେଶରେ ଗଚ୍ଛିତ ସମସ୍ତ କଳାଧନ ମୋଦିଙ୍କ ପୁଞ୍ଜିପତି ବନ୍ଧୁମାନଙ୍କର। ବିଜେପି ନେତାଙ୍କର ବି ବିଦେଶରେ କଳାଧନ ରହିଛି। ପ୍ରଧାନମନ୍ତ୍ରୀ ପ୍ରକୃତରେ ବିଦେଶରୁ କଳାଧନ ଫେରାଇ ଆଣିବାକୁ ଚାହୁଁନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

Related story