ବିପର୍ଯ୍ୟୟ ପରିଚାଳନା ସଂସ୍ଥାରେ ମହିଳାଙ୍କୁ ଅଧିକ ତାଲିମ ଦେବା ଜରୁରୀ: ମୋଦି  

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ଏସିଆନ ମିନିଷ୍ଟେରିଅଲ କନଫରାନ୍ସ ଅନ୍ ଡିଜାଷ୍ଟର ରିକ୍ସ ରିଡକ୍ସନ’ରେ ଯୋଗଦାନ କରି ବିଗତ ୨୦ବର୍ଷ ମଧ୍ୟରେ ଏସିଆରେ ବହୁତ କିଛି ପରିବର୍ତ୍ତନ ଆସିଛି। ନିର୍ଦ୍ଧିଷ୍ଟ କିଛି କ୍ଷେତ୍ରରେ ଏସିଆ ସାରା ବିଶ୍ୱର ନେତୃତ୍ୱ ନେଉଛି ବୋଲି କହିଛନ୍ତି। ମୋଦି ଏହା ମଧ୍ୟ କହିଛନ୍ତି, ୨୫ ବର୍ଷ ପୂର୍ବରୁ ଏସିଆର କିଛି ଦେଶ ପାଖରେ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (Disaster Management Institute) ଥିଲା କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ବଢ଼ି […]

PM modi

Rakesh Mallick
  • Published: Thursday, 03 November 2016
  • , Updated: 03 November 2016, 01:40 PM IST

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ଏସିଆନ ମିନିଷ୍ଟେରିଅଲ କନଫରାନ୍ସ ଅନ୍ ଡିଜାଷ୍ଟର ରିକ୍ସ ରିଡକ୍ସନ’ରେ ଯୋଗଦାନ କରି ବିଗତ ୨୦ବର୍ଷ ମଧ୍ୟରେ ଏସିଆରେ ବହୁତ କିଛି ପରିବର୍ତ୍ତନ ଆସିଛି। ନିର୍ଦ୍ଧିଷ୍ଟ କିଛି କ୍ଷେତ୍ରରେ ଏସିଆ ସାରା ବିଶ୍ୱର ନେତୃତ୍ୱ ନେଉଛି ବୋଲି କହିଛନ୍ତି।

ମୋଦି ଏହା ମଧ୍ୟ କହିଛନ୍ତି, ୨୫ ବର୍ଷ ପୂର୍ବରୁ ଏସିଆର କିଛି ଦେଶ ପାଖରେ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (Disaster Management Institute) ଥିଲା କିନ୍ତୁ ବର୍ତ୍ତମାନ ଏହାର ସଂଖ୍ୟା ବଢ଼ି ୩୦ଟି ଦେଶ ନିକଟରେ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନ ରହିଛି। ବର୍ତ୍ତମାନ ଆମ ନିକଟରେ ଏସିଆନ ସୁନାମି ସିଷ୍ଟମ ବି ରହିଛି। ଏହି ବିପର୍ଯ୍ୟୟ ପରିଚାଳନା ସଂସ୍ଥାରେ ମହିଳାମାନଙ୍କୁ ଅଧିକ ତାଲିମ ଦେବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି। ଏହାସହିତ ମୋଦି ସୋସିଆଲ ମିଡିଆ ଏବଂ ମୋବାଇଲ ଟେକ୍ନୋଲୋଜିର ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛନ୍ତି।

Related story