‘ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ତିନି ପ୍ରମୂଖ ଦେଶରେ ସାମିଲ ହେବୁ’

ତିରୁପତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀ ଭେଙ୍କେଟେଶ୍ୱର ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ବିଜ୍ଞାନ କଂଗ୍ରେସ’ ଉଦ୍‌ଘାଟନ କରି କହିଛନ୍ତି ଯେଉଁ ବୈଜ୍ଞାନିକମାନେ ଦେଶର ଉନ୍ନତି ପାଇଁ କାମ କରିଛନ୍ତି ଦେଶ ସର୍ବଦା ସେମାନଙ୍କ ପାଖରେ ଚିରରୁଣୀ ରହିବ। ୨୦୩୦ସୁଦ୍ଧା ଭାରତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ୩ ପ୍ରମୂଖ ଦେଶ ମଧ୍ୟରେ ସାମିଲ ହେବ ବୋଲି ଏହି ଅବସରରେ ମୋଦି କହିଛନ୍ତି। ବିଜ୍ଞାନର ଉନ୍ନତି କ୍ଷେତ୍ରରେ ସରକାର ସବୁପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ। ଏହି […]

sri-venkateswara-university

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 03:57 PM IST

ତିରୁପତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶ୍ରୀ ଭେଙ୍କେଟେଶ୍ୱର ବିଶ୍ୱବିଦ୍ୟାଳୟରେ ‘ଭାରତୀୟ ବିଜ୍ଞାନ କଂଗ୍ରେସ’ ଉଦ୍‌ଘାଟନ କରି କହିଛନ୍ତି ଯେଉଁ ବୈଜ୍ଞାନିକମାନେ ଦେଶର ଉନ୍ନତି ପାଇଁ କାମ କରିଛନ୍ତି ଦେଶ ସର୍ବଦା ସେମାନଙ୍କ ପାଖରେ ଚିରରୁଣୀ ରହିବ। ୨୦୩୦ସୁଦ୍ଧା ଭାରତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱର ୩ ପ୍ରମୂଖ ଦେଶ ମଧ୍ୟରେ ସାମିଲ ହେବ ବୋଲି ଏହି ଅବସରରେ ମୋଦି କହିଛନ୍ତି। ବିଜ୍ଞାନର ଉନ୍ନତି କ୍ଷେତ୍ରରେ ସରକାର ସବୁପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ।

ଏହି ଅବସରରେ ଦେଶର ୧୪୦୦୦ ବୌଜ୍ଞାନିକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କ ବ୍ୟତୀତ ଆମେରିକା, ଜାପାନ, ଇସ୍ରାଏଲ, ଫ୍ରାନ୍ସ ଏବଂ ବାଂଲାଦେଶ ପରି ବିଭିନ୍ନ ଦେଶରୁ ଛଅ ଜଣ ନୋବେଲ ପୁରସ୍କାର ବିଜେତା ମଧ୍ୟ ଭାଗ ନେଇଥିଲେ।

Related story