ଜି-୨୦ରେ ବ୍ରିକ୍ସ ନେତାଙ୍କ ସହ ମୋଦିଙ୍କ ବୈଠକ

ଓସକା: ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ନେତାଙ୍କ ସହ ବୈଠକ କରିଛନ୍ତି। ଏହି ବ୍ରିକ୍ସ ନେତାଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ଆରମ୍ଭରୁ ମୋଦି ପ୍ରଥମେ ବ୍ରାଜିଲର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବୋଲ୍ସନାରୋଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିସହ ମୋଦି ତାଙ୍କୁ ବ୍ରିକ୍ସ ପରିବାରକୁ ସ୍ୱାଗତ କରିଥିଲେ। ଏହି ବ୍ରିକ୍ସ ବୈଠକକୁ ରାଷ୍ଟ୍ରପତି ବୋଲ୍ସନାରୋ ଆୟୋଜନ କରିଥିବାରୁ ମୋଦି ଏଥିପାଇଁ ତାଙ୍କୁ […]

brics

brics

Hemant Lenka
  • Published: Friday, 28 June 2019
  • Updated: 28 June 2019, 05:06 PM IST

Sports

Latest News

ଓସକା: ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ନେତାଙ୍କ ସହ ବୈଠକ କରିଛନ୍ତି। ଏହି ବ୍ରିକ୍ସ ନେତାଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ଆରମ୍ଭରୁ ମୋଦି ପ୍ରଥମେ ବ୍ରାଜିଲର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ବୋଲ୍ସନାରୋଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏଥିସହ ମୋଦି ତାଙ୍କୁ ବ୍ରିକ୍ସ ପରିବାରକୁ ସ୍ୱାଗତ କରିଥିଲେ। ଏହି ବ୍ରିକ୍ସ ବୈଠକକୁ ରାଷ୍ଟ୍ରପତି ବୋଲ୍ସନାରୋ ଆୟୋଜନ କରିଥିବାରୁ ମୋଦି ଏଥିପାଇଁ ତାଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ରାମାଫୋସା ପୁଣି ଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ମଧ୍ୟ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଥିଲେ।

ମୋଦି କହିଛନ୍ତି, “ଏଭଳି ଅନୌପଚାରିକ ବିଚାର ବିମର୍ଶ ଦ୍ୱାରା ଆମେ ଜି-୨୦ର ପ୍ରମୁଖ ବିଷୟ ଗୁଡିକ ଉପରେ ସମନ୍ୱୟ ରଖିବାର ସୁଯୋଗ ମିଳିଥାଏ। ଆଜି ମୁଁ ବିଶ୍ୱର ଅର୍ଥ ବ୍ୟବସ୍ଥାରେ ମାନ୍ଦା ଅବସ୍ଥା ଏବଂ ଅନିଶ୍ଚିତତା, ନିୟମରେ ବନ୍ଧା ଅନ୍ତର୍ଜାତୀୟ ବ୍ୟବସାୟ ବ୍ୟବସ୍ଥାରେ ଏକତରଫା ନିଷ୍ପତ୍ତି ଓ ପ୍ରତିଦ୍ୱନ୍ଦ୍ୱିତା ବୋଝ ପାଲଟିଛି ବୋଲି ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି। ଅନ୍ୟପକ୍ଷରେ ସଂସାଧନର ଅଭାବ ପ୍ରଦର୍ଶିତ ହେଉଛି, ନୂତନ ଭାବେ ସୃଷ୍ଟି ହେଉଥିବା ବଜାର ଅର୍ଥନୀତିର ଭିତ୍ତିଭୂମିରେ ନିବେଶ ପାଇଁ ପ୍ରାୟ ୧.୩ ଟ୍ରିଲିୟନ ଡଲାରର ଅଭାବ ରହିଛି। ଦ୍ୱିତୀୟ ବଡ଼ ଆହ୍ୱାନ ହେଉଛି ବିକାଶ ଏବଂ ପ୍ରଗତିକୁ ନିରନ୍ତର କରିବା। ଦ୍ରୁତଗତିରେ ବଦଳୁଥିବା ଟେକ୍ନୋଲୋଜି, ଯେପରିକି ଡିଜିଟାଲାଇଜେସନ ଓ ଜଳବାୟୁ ପରିବର୍ତ୍ତନ କେବଳ ଆମ ପାଇଁ ନୁହେଁ, ଆଗାମୀ ପିଢ଼ି ପାଇଁ ମଧ୍ୟ ଉଦବେଗର କାରଣ ପାଲଟିବ।

ବିକାଶ ସେତେବେଳେ ସଠିକ ଢଙ୍ଗରେ ହୋଇଥାଏ, ଯେତେବେଳେ ତାହା ଅସମାନତା ଦୂର କରେ ଏବଂ ସଶକ୍ତିକରଣରେ ଯୋଗଦାନ ଦିଏ। ଆତଙ୍କବାଦ ହେଉଛି ସମଗ୍ର ମାନବଜାତି ପାଇଁ ସବୁଠାରୁ ବଡ଼ ବିପଦ। ଏହା ନିର୍ଦ୍ଦୋଷ ଲୋକମାନଙ୍କର ଜୀବନ ତ ନେଇଥାଏ ଆଉ ପ୍ରଗତି ଏବଂ ସାମାଜିକ ସ୍ଥିରତା ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ। ଆମକୁ ଆତଙ୍କବାଦ ଏବଂ ଜାତିବାଦକୁ ସମର୍ଥନ ଏବଂ ସହାୟତାର ସମସ୍ତ ରାସ୍ତା ବନ୍ଦ କରିବାକୁ ପଡ଼ିବ। ଏହି ସମସ୍ୟାଗୁଡିକର ନିରାକରଣ ଯଦିଓ ସହଜ ନୁହେଁ, ତଥାପି ସମୟ ସୀମା ମଧ୍ୟରେ ୫ଟି ପ୍ରମୁଖ ପ୍ରସ୍ତାବ ଦେବାକୁ ଚାହିଁବି।

୧- ଆମକୁ ବହୁମୁଖୀ ହେବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଏବଂ ବ୍ୟବସାୟିକ ସଂସ୍ଥା ତଥା ସଂଗଠନର ଆବଶ୍ୟକ ସଂସ୍କାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ।

୨-ନିରନ୍ତର ଆର୍ଥିକ ବିକାଶ ପାଇଁ ଆବଶ୍ୟକ ଉର୍ଜା, ଯେପରିକି ତୈଳ ଏବଂ ଗ୍ୟାସ କମ୍ ମୂଲ୍ୟରେ କ୍ରମାଗତ ଭାବେ ଉପଲବ୍ଧ ହେବା ଦରକାର।

୩-ନିଉ ଡେଭେଲପମେଣ୍ଟ ବ୍ୟାଙ୍କ ଦ୍ୱାରା ସଦସ୍ୟ ଦେଶଗୁଡ଼ିକର ଭୌତିକ ଏବଂ ସାମାଜିକ ଭିତ୍ତିଭୂମି ତଥା ନବୀକରଣ ଯୋଗ୍ୟ ଶକ୍ତି କାର୍ଯ୍ୟକ୍ରମରେ ନିବେଶକୁ ଆହୁରି ପ୍ରାଥମିକତା ମିଳିବା ଦରକାର।

୪-ସାରା ବିଶ୍ୱରେ କୁଶଳୀ କାରିଗର ମାନଙ୍କର ଆଦାନ ପ୍ରଦାନ ହେବା ଆବଶ୍ୟକ ।

୫-ମୁଁ ନିକଟରେ ଆତଙ୍କବାଦ ଉପରେ ଏକ ବିଶ୍ୱ ସମ୍ମିଳନୀର ଆହ୍ୱାନ କରିଥିଲି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଜରୁରୀ ସହମତିର ଅଭାବ ଆମକୁ ନିଷ୍କ୍ରିୟ କରି ପାରିବ ନାହିଁ। ଆତଙ୍କବାଦ ବିରୋଧରେ ସଂଘର୍ଷକୁ ପ୍ରମୁଖ ପ୍ରାଥମିକତାରେ ସ୍ଥାନ ଦେବା ପାଇଁ ମୁଁ ବ୍ରାଜିଲର ପ୍ରଶଂସା କରୁଛି।

ବ୍ରାଜିଲରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀକୁ ମୁଁ ଉତ୍ସୁକତାର ସହ ଅପେକ୍ଷା କରିଛି। ଏହି ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଭାରତ ସଂମ୍ପୂର୍ଣ୍ଣ ସହଯୋଗ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story