ଗୁଜରାଟକୁ ମୋଦିଙ୍କ ନିର୍ବାଚନୀ ଉପହାର: ଦ୍ୱାରକାରେ ୯୬୨ କୋଟିର ସେତୁକୁ କଲେ ଶିଳାନ୍ୟାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟକୁ ମୋଦିଙ୍କ ନିର୍ବାଚନୀ ଉପହାର। ଓଖା ଓ ବେଟ୍ ଦ୍ୱାରକା ମଧ୍ୟରେ ଏକ ସେତୁର ଶିଳାନ୍ୟାସ କରିଛନ୍ତି ମୋଦି। ଅଢେଇ କିଲୋମିଟର ବିଶିଷ୍ଟ ଏହି ବ୍ରିଜରେ ୯୬୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଦ୍ୱାରା ଅଧିକରୁ ଅଧିକ ପର୍ଯ୍ୟଟକ ଦ୍ୱାରକାକୁ ଆସିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସେତୁର ଶିଳାନ୍ୟାସ ଅବସରରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 07:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୁଜରାଟକୁ ମୋଦିଙ୍କ ନିର୍ବାଚନୀ ଉପହାର। ଓଖା ଓ ବେଟ୍ ଦ୍ୱାରକା ମଧ୍ୟରେ ଏକ ସେତୁର ଶିଳାନ୍ୟାସ କରିଛନ୍ତି ମୋଦି। ଅଢେଇ କିଲୋମିଟର ବିଶିଷ୍ଟ ଏହି ବ୍ରିଜରେ ୯୬୨ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାଦ୍ୱାରା ଅଧିକରୁ ଅଧିକ ପର୍ଯ୍ୟଟକ ଦ୍ୱାରକାକୁ ଆସିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସେତୁର ଶିଳାନ୍ୟାସ ଅବସରରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଆଜି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଦ୍ୱାରକା ମନ୍ଦିର ଯାଇ ଦ୍ୱାରକାଧୀଶଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଏହା ତୃତୀୟ ଗୁଜରାଟ ଗସ୍ତ। ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ୟୁପିଏ ସରକାର ସମୟରେ କିଭଳି ଗୁଜରାଟକୁ ଅଣଦେଖା କରାଯାଇଥିଲା, ତାହା କହିଥିଲେ ମୋଦି।

Related story