Advertisment

ଧାରା ୩୭୦କୁ ବ୍ୟବହାର କରି ୩୭୦କୁ ହଟାଇଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଆଜି କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ଅନୁମୋଦନ କ୍ରମେ ଅଚଳ କରିଦେଇଛନ୍ତି। ତେବେ ଏହି ୩୭୦ ଧାରାକୁ ହଟାଇବା ପାଇଁ କେନ୍ଦ୍ର ସରକାର ୩୭୦ ଧାରାକୁ ହିଁ ବ୍ୟବହାର କରିଛନ୍ତି। ଧାରା ୩୭୦ର ସେକ୍ସନ ୩ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ସ୍ୱତନ୍ତ୍ର ରାଜ୍ୟମାନ୍ୟତା କେବଳ ରାଷ୍ଟ୍ରପତିଙ୍କ ହାତରେ ରହିଛି। ସେହିପରି ରାଷ୍ଟ୍ରପତି ହିଁ ସ୍ୱତନ୍ତ୍ର ଗେଜେଟ୍‌ ମାଧ୍ୟମରେ ଏହାକୁ ଯେକୌଣସି ମୁହୂର୍ତ୍ତରେ ଅକାମୀ କରିଦେଇପାରିବେ। ବିଜେପି ଲୋକସଭା […]

ଧାରା ୩୭୦କୁ ବ୍ୟବହାର କରି ୩୭୦କୁ ହଟାଇଲେ ସରକାର

h

Advertisment

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ଧାରା ୩୭୦କୁ ଆଜି କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ସ୍ଵତନ୍ତ୍ର ଅନୁମୋଦନ କ୍ରମେ ଅଚଳ କରିଦେଇଛନ୍ତି। ତେବେ ଏହି ୩୭୦ ଧାରାକୁ ହଟାଇବା ପାଇଁ କେନ୍ଦ୍ର ସରକାର ୩୭୦ ଧାରାକୁ ହିଁ ବ୍ୟବହାର କରିଛନ୍ତି।

Advertisment

ଧାରା ୩୭୦ର ସେକ୍ସନ ୩ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ସ୍ୱତନ୍ତ୍ର ରାଜ୍ୟମାନ୍ୟତା କେବଳ ରାଷ୍ଟ୍ରପତିଙ୍କ ହାତରେ ରହିଛି। ସେହିପରି ରାଷ୍ଟ୍ରପତି ହିଁ ସ୍ୱତନ୍ତ୍ର ଗେଜେଟ୍‌ ମାଧ୍ୟମରେ ଏହାକୁ ଯେକୌଣସି ମୁହୂର୍ତ୍ତରେ ଅକାମୀ କରିଦେଇପାରିବେ। ବିଜେପି ଲୋକସଭା ନିର୍ବାଚନ ବେଳେ ଧାରା ୩୭୦କୁ ହଟାଇବା ପାଇଁ ପ୍ରସ୍ତୁତ ବୋଲି କହିଥିଲା। ଏହି ୩୭୦ ଧାରାର ସେକ୍ସନ ୩କୁ ବ୍ୟବହାର କରି ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଦଳ ନିଜର ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରିଛି।

ଧାରା ୩୭୦ର ସେକ୍ସନ ୩ରେ ନିୟମ ରହିଛି ଯେ, ରାଷ୍ଟ୍ରପତି ଯେକୌଣସି ସମୟରେ ପବ୍ଲିକ ନୋଟିସ୍‌ ମାଧ୍ୟ୍ୟମରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ଦେଇପାରିବେ ଏବଂ ଯେକୌଣସି ସମୟରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ପ୍ରତ୍ୟାହାର ମଧ୍ୟ କରିପାରିବେ। ରାଷ୍ଟ୍ରପତି ଯେବେଠାରୁ ନୋଟିସ୍‌ ଜାରି କରିବେ, ସେବେଠାରୁ ହିଁ ଏହା ତତ୍କାଳ କାର୍ଯ୍ୟକାରୀ ହେବ। ଏଥିସହ ରାଷ୍ଟ୍ରପତି ଚାହିଁଲେ, ଏହାକୁ ସଂଶୋଧନ କରିପାରିବେ।

Advertisment

ଯଦି କେନ୍ଦ୍ର ସରକାର ଏଭଳି ଚତୁରତା ଦେଖାଇ ନ ଥାଆନ୍ତେ, ତା’ହେଲେ ଧାରା ୩୬୮ ଅନୁଯାୟୀ, କେନ୍ଦ୍ର ସରକାରଙ୍କୁ ସାମ୍ବିଧାନିକ ସଂଶୋଧନ ପ୍ରସ୍ତାବ ଆଗତ କରିବାକୁ ପଡ଼ିଥାଆନ୍ତା। ହେଲେ କେନ୍ଦ୍ର ସରକାର ସଂଶୋଧନ ବ୍ୟବସ୍ଥାକୁ ଧାରା ୩୭୦ ସେକ୍ସନ ୩ର ଉପଯୋଗ କରି ବାଇପାସ କରିଯାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe