ଦୁର୍ନୀତି ଉପରେ ମୋଦି ସରକାରଙ୍କ ସର୍ଜିକାଲ ଷ୍ଟ୍ରାଇକ୍, ୧୨ ଅଧିକାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ: ମହିଳାଙ୍କୁ ସମ୍ମାନ ଓ ଜିରୋ ଦୁର୍ନୀତିର ନାରା ଦେଇ ୨୦୧୪ରେ ସରକାରକୁ ଆସିଥିବା ପ୍ରଧାନମନ୍ତ୍ରୀ ଏବେ ଆଉ ପାଦେ ଆଗେଇଛନ୍ତି। ଆୟକର ବିଭାଗର ୧୨ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ମୋଦି ସରକାର ପୁଣି ଥରେ ଚର୍ଚ୍ଚାରେ। ସୂଚନାଯୋଗ୍ୟ ଯେ, ବିଦା ହୋଇଥିବା ୧୨ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ମୁଖ୍ୟ ସଚିବ ରାଙ୍କ୍‌ରେ  ଅଟନ୍ତି। ଏହି ୧୨ ଅଧିକାରୀଙ୍କ ମଧ୍ୟରୁ କେତେ […]

modi_swearing

Subhransu Sekhar
  • Published: Tuesday, 11 June 2019
  • , Updated: 11 June 2019, 12:18 PM IST

ନୂଆଦିଲ୍ଲୀ: ମହିଳାଙ୍କୁ ସମ୍ମାନ ଓ ଜିରୋ ଦୁର୍ନୀତିର ନାରା ଦେଇ ୨୦୧୪ରେ ସରକାରକୁ ଆସିଥିବା ପ୍ରଧାନମନ୍ତ୍ରୀ ଏବେ ଆଉ ପାଦେ ଆଗେଇଛନ୍ତି। ଆୟକର ବିଭାଗର ୧୨ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହାକୁ ନେଇ ମୋଦି ସରକାର ପୁଣି ଥରେ ଚର୍ଚ୍ଚାରେ।

ସୂଚନାଯୋଗ୍ୟ ଯେ, ବିଦା ହୋଇଥିବା ୧୨ ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ମୁଖ୍ୟ ସଚିବ ରାଙ୍କ୍‌ରେ  ଅଟନ୍ତି। ଏହି ୧୨ ଅଧିକାରୀଙ୍କ ମଧ୍ୟରୁ କେତେ ଜଣଙ୍କ ବିରୋଧରେ ମହିଳାଙ୍କୁ ଯୌନ ନିର୍ଯାତନା, ବେଆଇନ ଟଙ୍କା ରୋଜଗାର କରିବା ଭଳି ଅଭିଯୋଗ ରହିଛି।

ଯୁଗ୍ମ ସଚିବ ରାଙ୍କର ଅଫିସର ଅଶୋକ ଅଗ୍ରଓ୍ୱାଲ ବ୍ୟବସାୟୀ ଚନ୍ଦ୍ରସ୍ୱାମୀଙ୍କୁ ନିଜ ପଦର ଅପବ୍ୟବହାର କରି ସହଯୋଗ କରୁଥିବାର ଅଭିଯୋଗ ରହିଛି।

ଏତଦବ୍ୟତୀତ ନୋଏଡାର ଆଇଆରଏସ ଅଫିସର ପଦବୀରେ ଅବସ୍ଥାପିତ ଏସ୍‌କେ ଶ୍ରୀବାସ୍ତବ ଦୁଇ ମହିଳା ଆଇଆରଏସ ଅଫିସରଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି।

ସେହିଭଳି ହୋମି ରାଜବଂଶ ନିଜ ପରିବାର ନାମରେ ୩.୧୭ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବିଦା ହୋଇଛନ୍ତି। ଦୁର୍ନୀତି, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଏବଂ ଲାଞ୍ଚ ମାଗିବା ଅଭିଯୋଗରେ ଆୟକର ଅଧିକାରୀ ବିବି ରାଜେନ୍ଦ୍ର ପ୍ରସାଦଙ୍କ ବିଦା ହୋଇଛନ୍ତି।

ବାକି ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଭାବରେ ଅବସର ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Related story