ବାଜପେୟୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଜନ୍ମଦିନ। ସେ ୯୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଫଗାନିସ୍ତାନ ଗସ୍ତରେ ଥିବା ମୋଦି ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟ୍ୱିଟ୍ କରିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ଅଟଲଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ଦେଶକୁ ନେତୃତ୍ୱ ଦେଇଥିଲେ। ଦଳର ନେତା ହିସାବରେ ହେଉ ଅବା ସାଂସଦ ଭାବେ […]

vajpey

Rakesh Mallick
  • Published: Friday, 25 December 2015
  • , Updated: 25 December 2015, 04:41 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଜନ୍ମଦିନ। ସେ ୯୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଫଗାନିସ୍ତାନ ଗସ୍ତରେ ଥିବା ମୋଦି ଟ୍ୱିଟ୍ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ମୋଦି ଟ୍ୱିଟ୍ କରିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ଅଟଲଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ଦେଶକୁ ନେତୃତ୍ୱ ଦେଇଥିଲେ। ଦଳର ନେତା ହିସାବରେ ହେଉ ଅବା ସାଂସଦ ଭାବେ ଅବା ଦେଶରର ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବେ ସେ ନିଜ ଦକ୍ଷତାକୁ ପ୍ରତିପାଦିତ କରିଛନ୍ତି। ଏହା ହେଉଛି ତାଙ୍କର ସ୍ୱତନ୍ତ୍ରତା।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଏକ କବିତାକୁ ମଧ୍ୟ ନିଜ ଟ୍ୱିଟର ପେଜରେ ପୋଷ୍ଟ୍ କରିଛନ୍ତି। ଏହି କବିତାଟିକୁ ବାଜପେୟୀ ୧୯୪୬ ମସିହାରେ ଲେଖିଥିଲେ। ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସାପ୍ତାହିକ ପତ୍ରିକା ‘ଅଭୂଦୟ’ରେ ଏହା ପ୍ରକାଶିତ ହୋଇଥିଲା।

ଅଚାନକ ଲାହୋର ଗସ୍ତ ସାରି ମୋଦି ରାତିରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଏୟାରପୋର୍ଟରୁ ସିଧା ବାଜପେୟୀଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ ବାଜପେୟୀଙ୍କୁ କହିଥିଲେ ନୱାବ ସରିଫ ତାଙ୍କୁ ବହୁତ ଶ୍ରଦ୍ଧା କରୁଛନ୍ତି। ତାଙ୍କ ସହ କରିଥିବା କଥାବାର୍ତ୍ତା ସେ ମନେ ପକାଇ ଥିଲେ ଓ ତାଙ୍କ ତରଫରୁ ମୋତେ ଆପଣଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇ ଦେବାକୁ ଅନୁରୋଧ କରିଥିଲେ।

Related story