ପଠାନକୋଟ: ପଞ୍ଜାବ ପଠାନକୋଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମୋଦି ଏଠାରେ ପହଞ୍ଚି ସ୍ଥିତି ପରଖିଛନ୍ତି। ପଠାନକୋଟରେ ସୁରକ୍ଷା ନେଇ ଭାରତୀୟ ବାୟୁସେନାର ଉଚ୍ଚଅଧିକାରୀଙ୍କ ସହ ଆଲୋଚନା କରିବେ। ସେହିଭଳି ବାୟୁସେନା ବେସରେ ଆତଙ୍କବାଦୀ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଯବାନମାନଙ୍କୁ ଭେଟିବେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ପଞ୍ଜାବ ସୀମାନ୍ତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।
ଶୁକ୍ରବାର ପଠାନକୋଟ ବାୟୁସେନା ଘାଟି ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହେବା ନେଇ ଘୋଷଣା ପରେ ମୋଦି ପ୍ରଥମ ଥର ପାଇଁ ପଠାନକୋଟ ଗସ୍ତରେ ଯାଇଛନ୍ତି। ମୋଦିଙ୍କ ଗସ୍ତ ପାଇଁ ପଠାନକୋଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।