ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିଜ ସଂସଦୀୟ କ୍ଷେତ୍ରକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସାଙ୍ଗରେ ବିଜେପି ସଭାପତି ଅମିତ ଶାହ ମଧ୍ୟ ଆସିଛନ୍ତି।
କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ସାଧାରଣ ନିର୍ବାଚନରେ ବାରଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିବା ବେଳେ ମଧ୍ୟ ମୋଦି କାଶୀ ବିଶ୍ୱନାଥ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ସହିତ ପୂଜାପାଠ କରିଥିଲେ।
ପ୍ରଧାନମନ୍ତ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସାରିବା ପରେ ଏକ ରୋଡ ଶୋ କରିବେ। ଏହାପରେ ବାରଣାସୀରେ ଥିବା ପଣ୍ଡିତ ଦୀନଦୟାଲ ହସ୍ତକଳା ଏକାଡେମୀରେ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି।
ଗତକାଲି ମୋଦି ଗୁଜରାଟ ଯାଇ ତାଙ୍କ ମାଆ ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ମେ ୩୦ ତାରିଖ ଦିନ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଶପଥ ନେବାକୁ ଯାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଭିଡ଼କୁ ହଟାଇବା ପାଇଁ ପୁଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ଲାଠି ଚାର୍ଜ ମଧ୍ୟ କରିଛି।
National
କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୁମ୍ବାଇ ମୁହାଁ ମହାୟୁତି ବିଧାୟକ
ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ମହାୟୁତି ସମସ୍ତ ବିଜୟୀ ବିଧାୟକଙ୍କୁ ମୁମ୍ବାଇରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛି।
National
ବିଜୟ ଉତ୍ସବ ବେଳେ ଲାଗିଲା ନିଆଁ, ଜଳିଗଲେ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମହିଳା
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟ ଘୋଷଣା ପରେ ବିଜୟ ଉତ୍ସବ ପାଳନ କରିଛନ୍ତି ନବନିର୍ବାଚିତ ପ୍ରାର୍ଥୀ। ତେବେ ଏହି ବିଜୟ ଉତ୍ସବ ବେଳେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ।
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।