ବାଂଲାଦେଶ: ରାମକୃଷ୍ଣ ମିଶନ ମଠ ପରିଦର୍ଶନ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତର ରବିବାର ଦ୍ୱିତୀୟ ଦିନ ସକାଳେ ଢ଼ାକାରେ ଥିବା ରାମକୃଷ୍ଣ ମିଶନ ମଠ ପରିଦର୍ଶନ କରିଛନ୍ତି। ଏହାସହ ସେ ଦକ୍ଷିଣେଶ୍ୱରୀ କାଳିଙ୍କ ଦର୍ଶନ କରିଥିଲେ । ପରେ ବାରିଧରାରେ ନୂତନ ଭାବେ ତିଆରି ହୋଇଥିବା ଭାରତୀୟ ଦୂତାବାସକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ବାଙ୍ଗଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦଙ୍କୁ ସାକ୍ଷାତ କରିବେ । ସନ୍ଧ୍ୟାରେ ଢାକାସ୍ଥିତ ବଙ୍ଗବନ୍ଧୁ କନଫରେନ୍ସ ସେଣ୍ଟରରେ ମୋଦିଙ୍କ ଉଦବୋଧନ କାର୍ଯ୍ୟକ୍ରମ ରହିଛି। ଗତକାଲି […]

dhaka

Rakesh Mallick
  • Published: Sunday, 07 June 2015
  • , Updated: 07 June 2015, 11:47 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତର ରବିବାର ଦ୍ୱିତୀୟ ଦିନ ସକାଳେ ଢ଼ାକାରେ ଥିବା ରାମକୃଷ୍ଣ ମିଶନ ମଠ ପରିଦର୍ଶନ କରିଛନ୍ତି। ଏହାସହ ସେ ଦକ୍ଷିଣେଶ୍ୱରୀ କାଳିଙ୍କ ଦର୍ଶନ କରିଥିଲେ । ପରେ ବାରିଧରାରେ ନୂତନ ଭାବେ ତିଆରି ହୋଇଥିବା ଭାରତୀୟ ଦୂତାବାସକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ବାଙ୍ଗଲାଦେଶ ରାଷ୍ଟ୍ରପତି ମହମ୍ମଦ ଅବଦୁଲ ହମିଦଙ୍କୁ ସାକ୍ଷାତ କରିବେ । ସନ୍ଧ୍ୟାରେ ଢାକାସ୍ଥିତ ବଙ୍ଗବନ୍ଧୁ କନଫରେନ୍ସ ସେଣ୍ଟରରେ ମୋଦିଙ୍କ ଉଦବୋଧନ କାର୍ଯ୍ୟକ୍ରମ ରହିଛି। ଗତକାଲି ଗସ୍ତର ପ୍ରଥମ ଦିନରେ ଦୁଇଦେଶ ମଧ୍ୟରେ ଐତିହାସିକ ଭୂ-ସୀମା ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ସହ ବିଭିନ୍ନ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଦୁଇ ରାଷ୍ଟ୍ରମୁଖ୍ୟ ମୋଟ ୨୨ଟି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏଥିସହିତ ଦୁଇଦେଶ ମଧ୍ୟରେ ବସ୍ ସେବା ମଧ୍ୟ ଆରମ୍ଭ ହୋଇଛି। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ୪୦ ବର୍ଷ ଧରି ଲାଗି ରହିଥିବା ସୀମା ବିବାଦର ପରିସମାପ୍ତି ଘଟିଛି। ଏହି ଚୁକ୍ତି ଦ୍ୱାରା ଭାରତ-ବାଂଲାଦେଶ ସୀମାରେ ରହିଯାଇଥିବା ୨୦୦ରୁ ଅଧିକ ପରସ୍ପର ବିରୋଧୀ ଅଧିକୃତ ଅଞ୍ଚଳ, ଦୁଇଦେଶ ମଧ୍ୟରେ ଅଦଳବଦଳ ହେବ। ଏହାମଧ୍ୟରୁ ଭାରତକୁ ୫୧ଟି ଗାଁ ମିଳିବାକୁ ଥିବାବେଳେ ବାଂଲାଦେଶ ପାଇବ ୧୧୧ଟି ଗାଁ । ଏହି ଚୁକ୍ତି ସ୍ୱାକ୍ଷର ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ ।

Related story