ମୋଦିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରି ଆସୁଥିବା କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଆଜି ତାଙ୍କୁ ଭେଟିଥିଲେ। ଚାଷୀ କୃଷି ଋଣ ଛାଡ଼ ନେଇ  ଆଜି ସଂସଦରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଅବଶ୍ୟ ସେ ଏକୁଟିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନ ଥିଲେ। ତାଙ୍କ ସହିତ କଂଗ୍ରେସର ଆଉ କେତେ ଜଣ ସାଂସଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭେଟିଲା ପରେ  ରାହୁଲ କହିଥିଲେ,“ଚାଷୀଙ୍କ ଋଣ ଛାଡ଼ ନେଇ ମୋଦିଙ୍କ  ପାଖରେ ଦାବି […]

rahul-meet-pm

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 02:39 PM IST

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରି ଆସୁଥିବା କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଆଜି ତାଙ୍କୁ ଭେଟିଥିଲେ। ଚାଷୀ କୃଷି ଋଣ ଛାଡ଼ ନେଇ  ଆଜି ସଂସଦରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ଅବଶ୍ୟ ସେ ଏକୁଟିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନ ଥିଲେ। ତାଙ୍କ ସହିତ କଂଗ୍ରେସର ଆଉ କେତେ ଜଣ ସାଂସଦ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଭେଟିଲା ପରେ  ରାହୁଲ କହିଥିଲେ,“ଚାଷୀଙ୍କ ଋଣ ଛାଡ଼ ନେଇ ମୋଦିଙ୍କ  ପାଖରେ ଦାବି କରିଥିଲି। ଚାଷୀଙ୍କ ଅବସ୍ଥା ଉଦବେଗଜନକ ବୋଲି ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି। ତେବେ ଋଣ ଛାଡ ନେଇ ସେ କିଛି କହି ନାହାନ୍ତି।”

ରାହୁଲ ବିମୁଦ୍ରାକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାଗେର୍ଟ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବ୍ୟକ୍ତି ଗତ ଭାବେ ଦୁର୍ନୀତିରେ ସମ୍ପୃକ୍ତି ନେଇ ତାଙ୍କ ନିକଟରେ ତଥ୍ୟ ଅଛି ବୋଲି ସେ କହିଥିଲେ।

 

Related story