ପରାଜୟର ପ୍ରତିଶୋଧ ନେବା ପାଇଁ ସୋନିଆ ଓ ରାହୁଲ ସଂସଦ ଚଳାଇ ଦେଉ ନାହାନ୍ତି: ମୋଦି

ମୋରାନ୍ (ଆସାମ): ୨୦୧୪ ଲୋକସଭା ନିର୍ବାଚନରେ ପରାଜୟର ପ୍ରତିଶୋଧ ନେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ସଂସଦ ଚାଲିବାକୁ ଦେଉ ନାହାନ୍ତି। ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ନହୋଇ ପଡ଼ି ରହିଛି। ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସାମରେ ଆଗକୁ ନିର୍ବାଚନ ଥିବା ବେଳେ ଚା’ ବଗିଚାରେ କାମ କରୁଥିବା ଶ୍ରମିକମାନଙ୍କୁ ଉଦବୋଧନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପରିବାର ନକାରାତ୍ମକ […]

modi

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 12:23 PM IST

ମୋରାନ୍ (ଆସାମ): ୨୦୧୪ ଲୋକସଭା ନିର୍ବାଚନରେ ପରାଜୟର ପ୍ରତିଶୋଧ ନେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପୁଅ ରାହୁଲ ଗାନ୍ଧି ସଂସଦ ଚାଲିବାକୁ ଦେଉ ନାହାନ୍ତି। ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ନହୋଇ ପଡ଼ି ରହିଛି। ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆସାମରେ ଆଗକୁ ନିର୍ବାଚନ ଥିବା ବେଳେ ଚା’ ବଗିଚାରେ କାମ କରୁଥିବା ଶ୍ରମିକମାନଙ୍କୁ ଉଦବୋଧନ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପରିବାର ନକାରାତ୍ମକ ରାଜନୀତି କରୁଛି। ସଂସଦରେ କଂଗ୍ରେସ ବାଦ୍ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ତାଙ୍କୁ ବିରୋଧ କରନ୍ତି। କିନ୍ତୁ ସେମାନେ ସଂସଦ ଚାଲୁ ବୋଲି ସବୁବେଳେ ଚାହାଁନ୍ତି। କିନ୍ତୁ କଂଗ୍ରେସ ସବୁ ଗୋଲମାଳିଆ କରୁଛି। ସେମାନଙ୍କ ସଂଖ୍ୟା ବର୍ତ୍ତମାନ ୪୦୦ରୁ ଖସି ୪୦ରେ ପହଞ୍ଚିଛି। ତେଣୁ ପ୍ରତିଶୋଧ ପରାୟଣ ହୋଇ ସେମାନେ ସଂସଦ ଚାଲିବାକୁ ଦେଉ ନାହାନ୍ତି। ସଂସଦକୁ ଅଚଳ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।

 

Related story