ଆମେରିକାରେ ସୁଷମାଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି

ନୂଆଦିଲ୍ଲୀ: ଦୁଇ ଦିନିଆ ଆମେରିକା ଗସ୍ତର ପ୍ରଥମ ଦିନରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେଠାରେ ଭାରତୀୟଙ୍କୁ ସମ୍ବୋଧିତ କରିବା ଅବସରରେ ସେ ସୁଷମାଙ୍କ ଗୁଣଗାନ କରିଥିଲେ। ସୋସିଆଲ୍ ମିଡିଆରେ ସୁଷମା ଯେଉଁ ଭଳି ସକ୍ରିୟ ରହୁଛନ୍ତି ଓ ତା’ରି ମାଧ୍ୟମରେ ଲୋକଙ୍କ ସମସ୍ୟା ଦୂର କରୁଛନ୍ତି ତାହା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦି କହିଥିଲେ, ସୁଷମା ଓ ତାଙ୍କ ମନ୍ତ୍ରଣାଳୟ ସୋସିଆଲ୍ ମିଡିଆରେ ପୂରା […]

modi

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 10:37 AM IST

ନୂଆଦିଲ୍ଲୀ: ଦୁଇ ଦିନିଆ ଆମେରିକା ଗସ୍ତର ପ୍ରଥମ ଦିନରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେଠାରେ ଭାରତୀୟଙ୍କୁ ସମ୍ବୋଧିତ କରିବା ଅବସରରେ ସେ ସୁଷମାଙ୍କ ଗୁଣଗାନ କରିଥିଲେ। ସୋସିଆଲ୍ ମିଡିଆରେ ସୁଷମା ଯେଉଁ ଭଳି ସକ୍ରିୟ ରହୁଛନ୍ତି ଓ ତା’ରି ମାଧ୍ୟମରେ ଲୋକଙ୍କ ସମସ୍ୟା ଦୂର କରୁଛନ୍ତି ତାହା ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମୋଦି କହିଥିଲେ, ସୁଷମା ଓ ତାଙ୍କ ମନ୍ତ୍ରଣାଳୟ ସୋସିଆଲ୍ ମିଡିଆରେ ପୂରା ଆକ୍ଟିଭ। ସୋସିଆଲ୍ ମିଡିଆ ଯୋଗେ ପ୍ରଶାସନିକ ସେବା ଯୋଗାଇ ଦେବାରେ ସେ ଓ ତାଙ୍କ ମନ୍ତ୍ରଣାଳୟ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସୁଷମାଙ୍କ ନେତୃତ୍ୱରେ ତାଙ୍କ ମନ୍ତ୍ରଣାଳୟ ଦୁନିଆର ଯେକୌଣସି ସ୍ଥାନରେ ଥିବା ଭାରତୀୟଙ୍କ ସମସ୍ୟାର ସମାଧାନ କରୁଛି।

ସେ କହିଥିଲେ, ଅସୁବିଧାରେ ପଡ଼ିଥିବା ଯେକୌଣସି ଭାରତୀୟ ଯଦି ବୈଦେଶିକ ମନ୍ତ୍ରଣାଳୟକୁ ଏ ବିଷୟରେ ଟ୍ୱିଟ୍ କରନ୍ତି, ତା’ହେଲେ ୧୫ ମିନିଟ୍ ମଧ୍ୟରେ ସୁଷମା ଏହାର ଉତ୍ତର ରଖନ୍ତି। ରାତି ଦୁଇଟା ହୋଇଥିଲେ ବି ସୁଷମା ଉତ୍ତର ରଖନ୍ତି। ଏହା ହେଉଛି ସୁଶାସନ।

Related story