୬୭ ବର୍ଷରେ ମୋଦି: ପଢନ୍ତୁ କେତେ ସଂଘର୍ଷମୟ ଥିଲା ତାଙ୍କ ପିଲା ଦିନର ଯାତ୍ରା

ନୂଆଦିଲ୍ଲୀ: ୬୭ ବର୍ଷରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୫୦ ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର  ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ମୋଦି।  ଚାହା ବିକାଳିରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କ  ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି।  ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କଟାଯାଇଛି ଏକ ବିଶାଳ କେକ୍ ।   ସୁରତର ଏକ ବେକରି ପକ୍ଷରୁ ଏଭଳି ଅଭିନବ ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ  ଜନ୍ମଦିବସର ଶୁଭେଛା  ଜଣାଯାଇଛି। ସେହିପରି  ଉତ୍ତର ପ୍ରଦେଶର ବାରଣାସୀରେ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 07:38 PM IST

ନୂଆଦିଲ୍ଲୀ: ୬୭ ବର୍ଷରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯୫୦ ସେପ୍ଟେମ୍ବର ୧୭ ତାରିଖରେ ଗୁଜରାଟର  ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ ମୋଦି।  ଚାହା ବିକାଳିରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦିଙ୍କ  ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି।  ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ କଟାଯାଇଛି ଏକ ବିଶାଳ କେକ୍ ।   ସୁରତର ଏକ ବେକରି ପକ୍ଷରୁ ଏଭଳି ଅଭିନବ ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ  ଜନ୍ମଦିବସର ଶୁଭେଛା  ଜଣାଯାଇଛି। ସେହିପରି  ଉତ୍ତର ପ୍ରଦେଶର ବାରଣାସୀରେ ମଧ୍ୟ ଯଜ୍ଞ, ହୋମ ଓ ପୂଜାର୍ଚ୍ଚନା କରାଯାଇଛି।  ପ୍ରଧନମନ୍ତ୍ରୀଙ୍କ ଜନ୍ମଦିନକୁ ବିଜେପି କର୍ମୀମାନେ କିଛି ଏଭଳି ଢଙ୍ଗରେ ପାଳିଛନ୍ତି। ସେହିପରି   ଦେଶର ବିଭନ୍ନ ସ୍ଥାନରେ ମୋଦିଙ୍କ ଜନ୍ମଦିନକୁ  ସେବା ଦିବସ ଭାବେ ପାଳନ କରାଯାଇଛି। କୋଲକତାର ପ୍ରସିଦ୍ଧ କାଳୀ ମନ୍ଦିରରେ ବିଜେପି ନେତା ଓ ବହୁ ସଂଖ୍ୟକ  କର୍ମୀ ଯାଇ ପୂଜାର୍ଚ୍ଚନା କରିଥିଲେ।   ନିରାଡମ୍ବର ଭାବେ ଲୋକଙ୍କ ସେବା କରି ଏହାକୁ ସପ୍ତାହେ ବ୍ୟାପୀ ପାଳନ  କରାଯିବ ବୋଲି  ବିଜେପି ପକ୍ଷରୁ କୁହାଯାଇଛି ।

ମୋଦିଙ୍କର ପୂରା ନାଁ ହେଉଛି ନରେନ୍ଦ୍ର  ଦାମୋଦରଦାସ ମୋଦି। ତାଙ୍କର ପିଲାଦିନ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା॥ ମୋଦିଙ୍କ ବାପା ଗୁଜରାଟର ବାଦନଗର  ରେଲେୱେ ଷ୍ଟେସନ୍‌ରେ ଚା’ ବିକୁଥିଲେ। ଯେତେବେଳେ ମୋଦିଙ୍କୁ ସମୟ ମିଳୁଥିଲା ସେତେବେଳେ ସେ ବାପାଙ୍କୁ  ସାହାଯ୍ୟ କରିବା ପାଇଁ ଦୋକାନରେ ପହଞ୍ଚି ଯାଉଥିଲେ। ୧୯୬୭ ମସିହାରେ ମାତ୍ର ୧୭ ବର୍ଷ ବୟସରେ  ଆରଏସଏସ ସଦସ୍ୟତା ଗ୍ରହଣ କରିଥିଲେ। ଏହାପରେ ୧୯୭୪ରେ ନବ ନିର୍ମାଣ ଆନ୍ଦୋଳନରେ ସାମିଲ  ହୋଇଥିଲେ। ଏହିଭଳି ସକ୍ରିୟ ରାଜନୀତିକୁ ଆସିବା ପୂର୍ବରୁ କିଛି ବର୍ଷ ଆରଏସ୍ଏସ୍ ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ ସେ।   ମୋଦିଙ୍କ ଜୀବନ ବହୁତ ଶୃଙ୍ଖଳିତ। ପ୍ରତିଦିନ ଭୋର ୫ଟାରୁ ଉଠିପଡନ୍ତି ସେ।

 ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ  ରେଲେୱେ ଷ୍ଟେସନ୍ ଯାଇ ଭାରତୀୟ ସେନାଙ୍କୁ ସାହାଯ୍ୟ କରିଥିଲେ ମୋଦି। ୧୯୬୭ରେ ଗୁଜରାଟରେ ବନ୍ୟା ପୀଡିତଙ୍କୁ ମଧ୍ୟ  ସାହାଯ୍ୟ କରିଥିଲେ ସେ।  ତେବେ ୨୦୦୧ରେ ଗୁଜରାଟରେ ହୋଇଥିବା ଭୟାବହ ଭୂକମ୍ପରେ ଯେତେବେଳେ ୨୦ହଜାର  ଲୋକଙ୍କର ମୃତ୍ୟୁ  ହେଲା, ସେତେବେଳେ ରାଜ୍ୟରେ ରାଜନୈତିକ ପଟ ପରିବର୍ତ୍ତନ ହେଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ  କେଶୁଭାଇ ପଟେଲଙ୍କୁ ପଦ ଛାଡିବାକୁ ପଡିଲ॥  ଆଉ ତା’ପରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ  ନରେନ୍ଦ୍ର ମୋଦି। ବାସ୍, ତା’ ପରଠୁ ପଛକୁ ଚାହିଁ ନାହାନ୍ତି ସେ। ଏହାପରେ ଗୁଜରାଟର ତିନି ତିନିଥର ମୁଖ୍ୟମନ୍ତ୍ରୀ  ହୋଇଛନ୍ତି ମୋଦି। ପରେ ୨୦୧୪ରେ ଭାରତର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ସେ।  ମୋଦି ପ୍ରଧାନମନ୍ତ୍ରୀ  ଭାବେ ତାଙ୍କର ତିନି ବର୍ଷ ଶାସନ କାଳ ଭିତରେ ଅନେକ ଗୁଡିଏ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

Related story